Advertisement

ମମତା ପୁଣି ମହାମଣ୍ଡଳେଶ୍ୱର

ପ୍ରୟାଗରାଜ,୧୫ା୨: ଏକଦା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜ ଅଭିନୟର ଚାତୁରୀ ଓ ଅଙ୍ଗ ପ୍ରଦର୍ଶନକୁ ନେଇ ବହୁଚର୍ଚ୍ଚିତ ଥିବା ମମତା କୁଲକର୍ଣ୍ଣୀ ଦୀର୍ଘ ୨୫ ବର୍ଷ ଧରି ବଲିଉଡ୍‌ରୁ ଉଭାନ ହୋଇଯାଇଥିଲେ। ନିକଟରେ ସେ କେନିଆରୁ ମୁମ୍ବାଇକୁ ଫେରିଥିଲେ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀ ଗତମାସରେ ତାଙ୍କୁ ଦୀକ୍ଷା ପ୍ରଦାନ ପୂର୍ବକ ମହାମଣ୍ଡଳେଶ୍ୱର ଉପାଧିରେ ଭୂଷିତ କରିଥିଲେ। ତେବେ ତାଙ୍କୁ ଏହି ପଦରେ ଅଧିଷ୍ଠିତ କରାଯିବା ନେଇ ସାଧୁସନ୍ଥମାନେ ଆପତ୍ତି ଉଠାଇବା ପରେ ଉଭୟ ମମତା ଓ ଲକ୍ଷ୍ନୀନାରାୟଣଙ୍କୁ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଥିଲା। ଆଖଡ଼ା ପ୍ରତିଷ୍ଠାତା ଅଜୟ ଦାସ ଓ ଲକ୍ଷ୍ନୀନାରାୟଣଙ୍କ ମଧ୍ୟରେ କ୍ଷମତାଯୁଦ୍ଧ ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେତେବେଳେ କୁହାଯାଇଥିଲା।
ବିଦା ହେବା ପରେ ମମତା ଇସ୍ତଫା ଦେଇଥିଲେ। ଏନେଇ ମମତା ଏକ ଭିଡିଓ ଜାରିକରି କହିଛନ୍ତି, ୨ ଦିନ ପୂର୍ବେ କେତେଜଣ ବ୍ୟକ୍ତି ମୋ ଗୁରୁ ଡ. ତ୍ରିପାଠୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିଲେ। ମୁଁ ଭାବପ୍ରବଣ ହୋଇ ଇସ୍ତଫା ଦେଇଥିଲି। କିନ୍ତୁ ମୋ ଗୁରୁ ମୋତେ ପୁନଃ ଅବସ୍ଥାପିତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share