ପୁଣି ନାଲିଆଖି ଦେଖାଇଲେ ମମତା, ଆଳୁ ପରେ ଏବେ…

ଭୁବନେଶ୍ୱର,୬।୯: ପୁଣି ନାଲିଆଖି ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଆଳୁ ପରେ ଏବେ କୁକୁଡ଼ାକୁ ନେଇ ମମତା ବାନାର୍ଜୀଙ୍କ ହାକିମାତି ଦେଖିବାକୁ ମିଳିଛି । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଏକପ୍ରକାର ଛକ୍କାପଞ୍ଝା ଚାଲିଥିଲା । ଆଳୁ ସଙ୍କଟ ନେଇ ଓଡ଼ିଶାରେ ଭାଳେଣି ପଡିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା। ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ସାଧାରଣ ଖାଉଟି ଅଡୁଆରେ ପଡିଥିଲେ। ସେହି ସଙ୍କଟ ଭିତରେ ଆଳୁଦର ୧୦୦ ଛୁଇଁଥିଲା। ଏବେ ପୁଣି ଓଡ଼ିଶାର କୁକୁଡ଼ା ଗାଡ଼ିକୁ ନେଇ ଆରମ୍ଭ ହୋଇଛି ବିବାଦ ।

କୁକୁଡ଼ା ଗାଡ଼ିକୁ ଫେରାଇ ଦେଇଛି ପଶ୍ଚିମବଙ୍ଗ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଣ୍ଡା ଓ କୁକୁଡ଼ା ଗାଡ଼ି ଫେରାଇଦେଇଛି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିଲା ଅଣ୍ଡା ଓ କୁକୁଡ଼ା ଗାଡ଼ି । ସୋନାକଣିଆ ଗେଟ ନିକଟରୁ ଫରାଇଦେଇଛି ପଶ୍ଚିମବଙ୍ଗ ପୋଲିସ । ୩୦ରୁ ଅଧିକ କୁକୁଡ଼ା ଗାଡ଼ି ଓଡ଼ିଶା ଫେରିଆସିଥିବା ଦେଖିବାକୁ ମିଳିଛି । ଓଡ଼ିଶାରେ କିଛି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ବଢିଯିବା ପରେ ପଶ୍ଚିମବଙ୍ଗ ଦେଇ ଯାଉଥିବା କୁକୁଡ଼ା ଓ ଅଣ୍ଡା ଗାଡ଼ି ଛାଡ଼ିବାକୁ ମନା କରୁଥିବା କୁହାଯାଉଛି ।

ଆନ୍ଧ୍ରରୁ ଆସାମ ଯାଉଥିବା ଅଣ୍ଡା ଗାଡିକୁ ବ୍ଲାଡ ଫ୍ଲୁ ଭୟରେ ପୋଲିସ ଛାଡୁ ନ ଥିବାରୁ ଅନେକ ଗାଡ଼ି ଅଟକି ରହିଛି। ପଶ୍ଚିମବଙ୍ଗ ଦେଇ ଯାଉଥିବା ଅନେକ କୁକୁଡ଼ା ଓ ଅଣ୍ଡା ଗାଡ଼ି ସୀମାରେ ଫସି ରହିଛି । ଅନେକ ଗାଡ଼ିକୁ ପଶ୍ଚିମବଙ୍ଗ ପୋଲିସ ଫେରାଇଦେଇଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ଦେଇ ଯାଉଥିବା ଅନେକ କୁକୁଡ଼ା ଓ ଅଣ୍ଡା ଗାଡ଼ି ସୀମାରେ ଫସି ରହିଛି । ଅନେକ ଗାଡ଼ିକୁ ପଶ୍ଚିମବଙ୍ଗ ପୋଲିସ ଫେରାଇଦେଇଥିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଝଟ୍‌କା ପରେ ଝଟ୍‌କ: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଆଶାକର୍ମୀ ଶିବାନୀ, ଟେଲିଫୋନ୍‌ କରି ଦେଲେ ଏଭଳି ପ୍ରତିଶ୍ରୁତି

ଭୁବନେଶ୍ୱର/ରାଜନଗର,୨୫।୧୦: ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ।...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୩ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri