ଯୁବତୀ-ଯୁବକଙ୍କ ଝଗଡ଼ା ସମାଧାନ କରିବାକୁ ଯାଇଥିଲେ ଜଣେ ବ୍ୟକ୍ତି, କାନ କାମୁଡ଼ି ଛିଡ଼ାଇ ଦେଲେ

ଓ୍ବାଶିଂଟନ,୯ା୮: ଆମେରିକା ପୋର୍ଟ ସେଣ୍ଟ୍‌ ଲୁସିରେ ଜଣେ ଯୁବକ ଯାହା କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୫ ବର୍ଷୀୟ ଜେମ୍ସ ଲେନ୍‌ ଓ୍ବିଲିୟମ୍ସ ନାମକ ଜଣେ ଯୁବକଙ୍କ ଉପରେ ଜଣେ ବ୍ୟକ୍ତିଙ୍କ କାନ କାମୁଡ଼ି ଛିଡ଼ାଇ ଦେବା ପରି ଅଭିଯୋଗ ହୋଇଛି।

ଯାଞ୍ଚକର୍ତ୍ତା କୁହନ୍ତି, ଓ୍ବିଲିୟମ୍ସ ଛୁଟିରେ ସାଙ୍ଗମାନଙ୍କ ସହ ଏକ ହୋଟେଲ ରୁମ୍‌ରେ ଥିଲେ। ଏହି ସମୟରେ ଆଉ ଏକ ମହିଳା ଗ୍ରୁପ୍‌ର ଜଣେ ଯୁବତୀ ଓ୍ବିଲୟିମ୍ସଙ୍କ ସହ ଧକ୍କା ହୋଇଥିଲା। ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ଦେଖି ପାଖରେ ଥିବା ଜଣେ ବ୍ୟକ୍ତି ସେମାନଙ୍କୁ ବୁଝାଇବାକୁ ଯାଇଥିଲେ। ମାତ୍ର ଉତ୍‌କ୍ଷିପ୍ତ ହୋଇଥିବା ଓ୍ବିଲିୟମ୍ସ ତାଙ୍କ କାନକୁ ଦାନ୍ତରେ କାମୁଡ଼ି ଛିଡ଼ାଇ ଦେଇଥିଲେ। ଏହି ଅଭିଯୋଗରେ ଓ୍ବିଲିୟମ୍ସଙ୍କୁ ଗିରଫ କରାଯାଇଛି।

Share