୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିଲେ; ଜଳଖିଆ ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ,୨୩।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଖାଦ୍ୟରେ ବିଷ ଦେଇ ୨୦ରୁ ଅଧିକ କୁକୁରଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୁରୁବାର ପୋଲିସ ଜଳଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପ୍ରକାଶ ଯେ, ଶଙ୍କରପୁର ଗ୍ରାମରେ ଗତ ୩ ଦିନ ମଧ୍ୟରେ ୧୨ଟି କୁକୁରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଚୌଦ୍ୱାର ଥାନାରେ ଗ୍ରାମବାସୀମାନେ ଉକ୍ତ ଜଳଖିଆ ଦୋକାନୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ସମ୍ପୃକ୍ତ ଦୋକାନୀ ଅଟକ ରଖି ପଚରାଉଚରା ଚଳାଇଛି। ତେଣୁ ଦୋକାନୀଜଣଙ୍କ ଖାଦ୍ୟରେ ବିଷ ଦେଇ କୁକୁରମାନଙ୍କୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ଦୋକାନୀଙ୍କୁ ଅଟକ ରଖାଯାଇଥିଲା।

Share