ମଣିଷ-ପ୍ରାଣୀ ସମ୍ପର୍କ: ଚାଷୀଙ୍କ ମୃତ୍ୟୁରେ ପହଞ୍ଚିଲା ମାଙ୍କଡ, ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା…

ଲଖିମପୁର ଖେରୀ,୯।୯ : ଲକ୍ଷ୍ମୀପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ମାମଲା ସାମ୍ନାକୁ ଆସିଛି। ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ମାଙ୍କଡ ପହଞ୍ଚିଥିଲା। ମୃତ ଦେହରୁ ଚାଦର କାଢ଼ି ଚାଷୀଙ୍କ ଚେହେରା ଦେଖିଲା। ପ୍ରାୟ ଏକ ଘଣ୍ଟା ଧରି ବସି ରହିଲା। ସେ ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା ଏବଂ ପରେ ପଳାଇ ଥିଲା।
ଏହି ବିଷୟ ଆଖପାଖ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ରୁଟି ଖାଇବାକୁ ଦେଉଥିବା ଚାଷୀଙ୍କ ବନ୍ଧୁତ୍ୱର ଋଣ ସୁଝିବାକୁ ମାଙ୍କଡ଼ ଆସିଥିଲା ।

ବିଜୁଆ ଅଞ୍ଚଳର ଗୋନ୍ଧିଆ ନିବାସୀ ଚନ୍ଦନଲାଲ ନ୍ବର୍ମାଙ୍କର ମଙ୍ଗଳବାର ଦେହାନ୍ତ ହୋଇଥିଲା। ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ କାନ୍ଦୁଥିଲେ। ହଠାତ ଏକ ମାଙ୍କଡ଼ କେଉଁ ଆଡୁ ଆସି ମୃତ ଚନ୍ଦନଲାଲଙ୍କ ଉପରେ ପଡ଼ିଥିବା ଚାଦର କାଢ଼ି ତାଙ୍କ ମୁହଁକୁ ଦେଖିବା ଆରମ୍ଭ କରିଥିଲା। ଏହା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗ୍ରାମବାସୀଙ୍କ କହିବାନୁସାରେ, ମାଙ୍କଡ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ବସି କାନ୍ଦିବାକୁ ଲାଗିଲା। ସେ କାନ୍ଦୁଥିବା ମହିଳାମାନଙ୍କୁ ସେମାନଙ୍କ ଉପରେ ହାତ ଦେଇ ସାନ୍ତ୍ୱନା ମଧ୍ୟ ଦେଇଥିଲା। ମାଙ୍କଡ଼ର ଏହି କାର୍ଯ୍ୟକଳାପ ଆଲୋଚନାର ବିଷୟ ପାଲଟିଛି।

ଗ୍ରାମବାସୀଙ୍କ ଉପସ୍ଥିତି ମାଙ୍କଡ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। ସେ ମୃତଦେହ ନିକଟରେ ବସି ରହିଥିଲା। ଯେତେବେଳେ ପରିବାର ଓ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ଚନ୍ଦନଲାଲଙ୍କ ମୃତଦେହ ନେଇଥିଲେ, ମାଙ୍କଡ ସେଠାରୁ ପଳାଇ ଯାଇଥିଲା। ପରିବାର ସଦସ୍ୟ କହିଛନ୍ତି କିଛି ବର୍ଷ ପୂର୍ବେ ଯେତେବେଳେ ଚନ୍ଦନଲାଲ ଫସଲ ଜଗିବାକୁ କ୍ଷେତକୁ ଯାଉଥିଲେ, ସେତେବେଳେ ସେ ମାଙ୍କଡକୁ ଖାଦ୍ୟ ଖାଇବାକୁ ଦେଉଥିଲେ। ସେହି ରୁଟି ମାଧ୍ୟମରେ ହିଁ ମାଙ୍କଡ଼ ଏବଂ ଚନ୍ଦନଲାଲ ବନ୍ଧୁ ହୋଇ ଯାଇଥିଲେ। ବନ୍ଧୁତ୍ୱ ଏବଂ ରୁଟିର ଋଣ ସୁଝିବାକୁ ମାଙ୍କଡ଼ ଆସିଥିଲା ।

ପରିବାର ସଦସ୍ୟଙ୍କ ଅନୁଯାୟୀ ମୃତ ଚନ୍ଦନଲାଲ ଦିନସାରା କ୍ଷେତରେ ରହି ଜଙ୍ଗଲ କଡ଼ରେ ଏକ କୁଡିଆ କରି ବିଭିନ୍ନ ପ୍ରାଣୀମାନଙ୍କଠାରୁ ଫସଲକୁ ରକ୍ଷା କରିଥିଲେ। ସେ ଘରୁ ନେଇଥିବା ଖାଦ୍ୟରୁ ମାଙ୍କଡ଼କୁ ଗୋଟିଏ ରୁଟି ଦେଉଥିଲେ। ସେ ଖାଇବା ସମୟରେ ମାଙ୍କଡ଼ ତାଙ୍କ ପାଖକୁ ଆସୁଥିଲା। ପୁଅ ସୋନୁ କହିଛନ୍ତି ପ୍ରାୟ ଏକ ବର୍ଷ ପୂର୍ବେ ପିତା ଚନ୍ଦନଲାଲ ପକ୍ଷାଘାତର ଶିକାର ହୋଇଥିଲେ।

ଏହି କାରଣରୁ ସେ ଚାଲିବାକୁ ଅସମର୍ଥ ହେଲେ। ଚନ୍ଦନଲାଲ ଏକ ବର୍ଷ ପାଇଁ କ୍ଷେତକୁ ଯାଇ ନ ଥିଲେ। ମାଙ୍କଡ କିପରି ତାଙ୍କ ମୃତ୍ୟୁ ବିଷୟରେ ଜାଣିଲା ତାହା ଜଣା ନାହିଁ। ଗ୍ରାମର ବରିଷ୍ଠ ବ୍ୟକ୍ତି ମୋହନଲାଲ କ୍ୱର୍ମା କହିଛନ୍ତି ସେ ଆଜି ପର୍ଯ୍ୟନ୍ତ ଏହିପରି କିଛି ଦେଖି ନାହାଁନ୍ତି କିମ୍ବା ଶୁଣି ନାହାଁନ୍ତି। ବାସ୍ତବରେ, ପ୍ରାଣୀମାନେ ମଣିଷ ଅପେକ୍ଷା ଅଧିକ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri