Advertisement
Categories: ଫୁରସତ

ବାଇକ୍‌ ଭିତରେ ଥିଲା ଏମିତି ଜିନିଷ, ପୋଲିସ ଦେଖି ଉଡିଗଲା ହୋସ୍‌

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ବାଇକ୍‌ ଭିତରେ ୨୦ଟି ମଦ ବୋତଲ ପୂରାଇ ନେଉଥିବାବେଳେ ପୋଲିସ ହାତରେ ଧରାପଡିଥିବା ଭିଡିଓରେ ଦେଖାଯାଇଛି। ଏହି ଭିଡିଓଟି ଗୁଜରାଟର। ରାଜ୍ୟରେ ମଦ ବ୍ୟାନ୍‌ ଥିବାରୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରି ମଦ ବାହାର ରାଜ୍ୟରୁ ଆଣୁଛନ୍ତି। ଏହି କ୍ରମରେ ଜଣେ ବ୍ୟକ୍ତି ବାଇକ୍‌ ଟାଙ୍କି ଭିତରେ ମଦ ବୋତଲ ନେଉଥିବାର ସୂଚନା ପାଇଁ ପୋଲିସ ସତର୍କତାର ସହ ତାକୁ ଧରିଥିଲା। ବାଇକ୍‌ ଖୋଲିବା ମାତ୍ରେ ପୋଲିସର ହୋସ୍‌ ଉଡିଯାଇଥିଲା। ଗୋଟିଏ ପରେ ଗୋଟିଏ ମଦ ବୋତଲ ପୋଲିସ ବାଇକ୍‌ ଟାଙ୍କିରୁ ବାହାର କରିଥିଲା। ଏମିତି ୧୫-୨୦ଟି ବୋତଲ ବାହାର କରିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ମୁତାବକ, ବାଇକ୍‌ ଚାଳକ ଜଣେ ବାଇକ୍‌ ଟାଙ୍କିରୁ ପେଟ୍ରୋଲ ସିଷ୍ଟମ ହଟାଇ ତାକୁ ସିଟ୍‌ ତଳେ ସେଟ୍‌ କରିଥିଲେ। ଏହାପରେ ଟାଙ୍କିରେ ମଦ ବୋତଲ ଭର୍ତ୍ତି କରିଥିଲେ। ପୋଲିସ ଉକ୍ତ ବାଇକ୍‌କୁ ଜବତ କରି ପଚରାଉଚରା ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share