Advertisement

ସୁଭଦ୍ରା ଯୋଜନା ଫର୍ମ ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼

ରଣପୁର,୩ା୯(ସୁକାନ୍ତ କିଶୋର ଡାକୁଆ): ସୁଭଦ୍ରା ଯୋଜନା ଫର୍ମ ପାଇଁ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆହତ କର୍ମୀଙ୍କୁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ରଣପୁର ମହତପଲ ପଞ୍ଚାୟତ ଡିମିରିଆ ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ମୀନାକ୍ଷୀବାଳା ପରିଡ଼ା ସୁଭଦ୍ରା ଯୋଜନା ପାଇଁ ଫର୍ମ ବଣ୍ଟନ କରୁଥିଲେ। ସେହି ଗ୍ରାମର ସରୋଜ କୁମାର ମହାପାତ୍ର ଫର୍ମ ପାଇଁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ପହଞ୍ଚତ୍ଥିଲେ। ସେତେବେଳେ ମୀନାକ୍ଷୀବାଳା ହିତାଧିକାରୀଙ୍କୁ ଅଣ୍ଡା ବଣ୍ଟନ କରୁଥିଲେ। ଫଳରେ ସରୋଜଙ୍କୁ ଫର୍ମ ଦେବାରେ ବିଳମ୍ବ ହୋଇଥିଲା। ଏଥିରେ ସରୋଜ ଉତ୍ତେଜିତ ହୋଇ ମୀନାକ୍ଷୀବାଳାଙ୍କ ଝିଅଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ। ଏହାକୁ ନେଇ ମୀନାକ୍ଷୀବାଳାଙ୍କ ସହିତ ସରୋଜଙ୍କ ପାଟିତୁଣ୍ଡ ହୋଇଥିଲା। ସରୋଜ ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଥିବା କେତେଜଣ ଲୋକ ସରୋଜଙ୍କୁ କାବୁ କରିବା ସହ ମାଡ଼ ମାରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ପହଞ୍ଚି ମୀନାକ୍ଷୀବାଳାଙ୍କୁ ରଣପୁର ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ଅଛନ୍ତି। ମୀନାକ୍ଷୀବାଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share