Categories: ରାଜ୍ୟ

ପରୀକ୍ଷା ଦେଇ ଫେରୁଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ପରୀକ୍ଷା ଦେଇ ଫେରୁଥିବାବେଳେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲେ ଯୁବକ। ଏଭଳି ଘଟଣା ରାୟଗଡା ଜିଲା ଗୁଣୁପୁର ଅଞ୍ଚଳରେ ଘଟିଛି। ତେବେ ଛାତ୍ରୀଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି।

ସୂଚନାଯୋଗ୍ୟ, ରାୟଗଡା ଜିଲା ଛାତ୍ରୀ ଜଣଙ୍କ ଗୁମୁଡାସ୍ଥିତ ଦ୍ରୌପଦୀ କଲେଜରେ ଯୁକ୍ତ ଦୁଇ କଳାରେ ପଢନ୍ତି। ଆଜିଠୁ ଯୁକ୍ତ ଦୁଇ କଳା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସେ ମଧ୍ୟ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ଦେଇ ଫେରିବା ବେଳେ କଲେଜ ନିକଟରେ ଜଣେ ଯୁବକ ହଠାତ୍‌ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

Share