ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲା ସ୍ୱାମୀ । ପତ୍ନୀର ବଡ଼ ଭଉଣୀକୁ ଏକ ତରଫା ପ୍ରେମ କରି ବିଫଳ ହେବାରୁ ଏଭଳି କିଛି ଉଦ୍ୟମ କରିଛି ଅଭିଯୁକ୍ତ। ଖବର ଅନୁଯାୟୀ ବ୍ୟକ୍ତି ଜଣକ ତାଙ୍କ ପିକଅପ୍ ଭ୍ୟାନ୍ ରେ ମହିଳାଙ୍କ ସ୍କୁଟିକୁ ଧକ୍କା ଦେଇ ଇନଫୋସିଟି ଅଞ୍ଚଳରେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ।

ସୂଚନାନୁସାରେ, ଅଭିଯୁକ୍ତ ଅକ୍ଷୟ କୁମାର ବେହେରା ପୀଡିତାଙ୍କ ବଡ ଭଉଣୀଙ୍କୁ ଏକପାଖିଆ ପ୍ରେମ କରୁଥିଲେ। ତେବେ ଏହି କାରଣରୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଖବର ଅନୁଯାୟୀ ଅଭିଯୁକ୍ତ ପୀଡିତାଙ୍କୁ ହତ୍ୟା କରିବାର ଧମକ ଦେଇଥିଲା

ଶନିବାର ସନ୍ଧ୍ୟାରେ ଯେତେବେଳେ ମହିଳା ଜଣକ ନିଜ ସ୍କୁଟିରେ ଘରକୁ ଫେରୁଥିଲେ, ଅଭିଯୁକ୍ତ କଅପ୍ ଭ୍ୟାନ୍ ରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଏହାପରେ ସେ ତାଙ୍କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ କାବୁ କରିଥିଲେ।

ପୀଡିତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ, ତାଙ୍କ ଡାହାଣ ହାତର ହାଡ ଭାଙ୍ଗି ଯାଇଥିବା ସ୍କୁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ ସ୍କୁଟି ଏବଂ ପିକଅପ୍ ଭ୍ୟାନ୍କୁ ମଧ୍ୟ ଜବତ କରି ଏହି ଘଟଣାର ବିସ୍ତୃତ ଅନୁସନ୍ଧାନ ଆରମ୍ଭ କରିଛି।

Share