ଚଣ୍ଡିଗଡ଼,୧୮।୧୨: ଅମୃତସରର ସ୍ବର୍ଣ୍ଣ ମନ୍ଦିର ଅପବିତ୍ର କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ଖବର ଅନୁଯାୟୀ ଯୁବକ ଜଣଙ୍କ ଶନିବାର ସନ୍ଧ୍ୟା ପ୍ରାର୍ଥନା ସମୟରେ ରେଲିଂ ଡେଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଶିଖ୍ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ଗୁରୁଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା ଖଣ୍ଡାକୁ ସେ ଛୁଇଁବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଲୋକେ ତାଙ୍କୁ ଧରି କରିଡର ବାହାରକୁ ଆଣିଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରିଯାଇ ମାଡ଼ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।