Categories: ଜାତୀୟ

ସ୍ତ୍ରୀ’ର କଟାମୁଣ୍ଡ ଧରି ଥାନାରେ ସ୍ବାମୀ

ଲକ୍ଷ୍ନୌ, ୯।୧୦- ପଡ଼ୋଶୀ ସହିତ ପରକୀୟା ପ୍ରୀତିକୁ ନେଇ ଚିନ୍ନର ଯାଦବ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ବିମଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ କଟାମୁଣ୍ଡ ଧରି ଚିନ୍ନର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଘଟଣା ଶୁକ୍ରବାର ଉତ୍ତରପ୍ରଦେଶର ବଣ୍ଡା ଜିଲା ନେତନଗର ଅଞ୍ଚଳରେ ଘଟିଛି। ପୋଲିସ ଅଭିଯୁକ୍ତ ଯାଦବଙ୍କୁ ଗିରଫ କରିଛି। ଏଥିସହିତ ତାଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Share