ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ। ଏମିତି କି କିଏ ଦାମୀ ଘର କିଣିବାକୁ ପସନ୍ଦ କରନ୍ତି ତ ଆଉ କିଏ ଦାମୀ ଗାଡ଼ି କିଣିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଥା’ନ୍ତି ଯେଉଁମାନେ ଟଙ୍କାକୁ ଆଦୌ ଖାତିର କରନ୍ତି ନାହିଁ। ନିଜର ଇଚ୍ଛା ପୂରଣ କରିବାକୁ ଯେତେ ଟଙ୍କା ଖର୍ଚ୍ଚ ହେବାକୁ ଥିଲେ ବି ସେମାନେ ଖର୍ଚ୍ଚ କରିବାକୁ ଭୁଲନ୍ତି ନାହିଁ।
ଏମିତି ଜଣେ ୭୩ ବର୍ଷୀୟ ବୃଦ୍ଧ ପରିଣତ ବସୟରେ ତାଙ୍କର ଅଜବ ସଉକ ପୂରଣ କରିଛନ୍ତି। ସେ ୮୦ ଲକ୍ଷ ଟଙ୍କା ଦେଇ ଏକ ପୁରୁଣା ବିମାନକୁ ଡମ୍ପିଂୟାର୍ଡରୁ କିଣିଥିଲେ। ପରେ ଏହାକୁ ଏମିତି ସଜାଇଥିଲେ ଯେ, କେହି ଦେଖିବ ଆଖି ଖୋସି ହୋଇଯିବ। ବୃତ୍ତି ଅନୁଯାୟୀ ଇଲେକ୍ଟ୍ରିକାଲ ଇଞ୍ଜିନିୟର ବ୍ରୁସ ଏକ ବୋଇଂ ୭୨୭ ଜେଟଲିନର୍ ବିମାନକୁ ପରିବର୍ତ୍ତନ କରି ଏହାକୁ ନିଜ ଘରେ ପରିଣତ କରିଛନ୍ତି।
ବ୍ରୁସ ୧୯୯୯ରେ ଏକ ଡମ୍ପିଂୟାର୍ଡରୁ ମୋଟ୍ ୮୦ ଲକ୍ଷ ଟଙ୍କାରେ ଏହି ବିମାନ କିଣିଥିଲେ। ଏହା ତାଙ୍କ ସମୟରେ ଏକ ଇକୋନୋମି ଶ୍ରେଣୀ ବିମାନ ଥିଲା, ଯେଉଁଥିରେ ୨୦୦ ଯାତ୍ରୀ ବସିବା ପାଇଁ ସିଟ୍ ଥିଲା। ୧୦୬୬ ଫୁଟ ଲମ୍ବ ଏବଂ ୩୨ ହଜାର କିଲୋଗ୍ରାମ ବିଶିଷ୍ଟ ଏହି ବିମାନକୁ ଏକ ଘରେ ପରିଣତ କରିବା ପାଇଁ ବ୍ରୁସଙ୍କୁ ୨ ବର୍ଷ ସମୟ ଲାଗିଥିଲା। ଏଥିରେ ସେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସମସ୍ତ ଆବଶ୍ୟକୀୟ ଜିନିଷ ବିମାନ ଭିତରେ ରହିଛି। ସାଓ୍ବାର, ରୋଷେଇ ଘର, ଚୁଲି ଏବଂ ଫ୍ରିଜ, ସବୁକିଛି ବିମାନ ଭିତରେ ଅଛି। କୌତୂହଳର ବିଷୟ ହେଉଛି ଏହି ବିମାନର କିଛି କାର୍ଯ୍ୟ, ଯାହା ୧୯୭୫ରେ ଶେଷ ଥର ବ୍ୟବହୃତ ହୋଇଥିଲା, ଆଜି ମଧ୍ୟ କାମ କରୁଛି।
ବିମାନର ଭିତର ଅଂଶ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେତେବେଳେ ବ୍ରୁସ ବିମାନ କିଣିଲେ, ଏହା ଗ୍ରୀସରୁ ଆମେରିକାର ଓରେଗନ ଅଭିମୁଖେ ଉଡ଼ିଥିଲା। ୧୫ ବର୍ଷରୁ ବ୍ରୁସ୍ ବିମାନରେ ଏକ ଘର ନିର୍ମାଣ କରିବାକୁ ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ଏହି ପରୀକ୍ଷଣ ଅତ୍ୟନ୍ତ ପ୍ରସିଦ୍ଧ ହୋଇଛି ଏବଂ ଲୋକମାନେ ତାଙ୍କ ବିମାନ ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ଆସି ଭିତର ଏବଂ ଭିତରର ସୁବିଧା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଏସବୁ ଦେଖି ବ୍ରୁସ ମଧ୍ୟ ଖୁସି ହୋଇଯାଇଛନ୍ତି।