କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପଡିଲା ମହଙ୍ଗା, ଯୁବକଙ୍କୁ ମିଳିଲା ଏମିତି ଦଣ୍ଡ

କ୍ୱାରାଣ୍ଟାଇନରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କରୋନା ନିୟମ ଭାଙ୍ଗିଥିବାରୁ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ଅଷ୍ଟ୍ରେଲିଆର ପର୍ଥ ଏଭଳି ଘଟଣା ଘଟିଛି। ୩୧ ବର୍ଷୀୟ ଯୁବକ ୟୁସଫଙ୍କୁ ସୀଡ୍‌ନୀରୁ ପର୍ଥ ଯାଇଥିବାରୁ ତାଙ୍କୁ ଏକ ୩ ମହଲା ହୋଟେଲରେ ଦୁଇ ସପ୍ତାହ ପାଇଁ କ୍ୱାରାଣ୍ଟାଇନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ଝରକା ବାଟରେ ଲୁଚି ପଳାଇଥିଲେ। ଏହି ସବୟରେ ସେ ନିଜ ଗର୍ଲଫ୍ରେଣ୍ଡ୍‌କୁ ଭେଟିବାକୁ ଯାଉଥିଲେ। ପୁଣି ହୋଟେଲକୁ ସିଡ଼ି ସାହାଯ୍ୟରେ ଚଢି ପଳାଇଆସୁଥିଲେ। ଏମିତି ଅନେକ ଥର କରିବା ପରେ ଥରେ ସେ ଧରାପଡିଯାଇଥିଲେ। ହୋଟେଲର ସିକ୍ୟୁରୀଟୀ ଗାର୍ଡ ଧରିବା ପରେ ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ପୋଲସ ଯୁବକଙ୍କ ପଚରାଉଚରାବେଳେ ଗର୍ଲଫ୍ରେଣ୍ଡ୍‌ ଜନ୍ମଦିନ ଯୋଗୁ ଲୁଚି ପଳାଇଥିବା କହିଥିଲେ। କିନ୍ତୁ ପୋଲିସ ଏହାକୁ ମାନି ନ ଥିଲା। ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟ କ୍ୱାରାଣ୍ଟାଇନ୍‌ ଅବମାନନା କେସ୍‌ରେ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

Share