ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ବାଇକ୍: ନିଆଁରେ ଜଳି ଦୁଇ ମୃତ, ଅନ୍ୟଜଣେ ଆହତ

କୁଆଁରମୁଣ୍ଡା,୩୦/୦୯(ମହେନ୍ଦ୍ର କୁମାର ସାହୁ): ସୋମବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବୋଗା ରୋଡ କୁଡ଼ପାନିଟୋଲି ବୁଲାଣି ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ବାଇକ ସହ ଦୁଇ ଆରୋହୀ ଘଟଣାସ୍ଥଳରେ ଜଳି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।

ଜଳିଜାଇଥିବା ମୃତ ଆରୋହୀ ଦୁଇଜଣ ହେଉଛନ୍ତି ହାତିବାରି ଥାନା କରଡେଗା ଗ୍ରାମର ରାଜେଶ ତିଗା(୨୨) ଏବଂ ଉକ୍ତ ବାଇକ୍ ରେ ଥିବା ବେଲେନ୍ ବାଡ଼ିଂ(୨୧)। ଖବର ପାଇ ବୀରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରଜେଶଙ୍କ ପୋଡ଼ା ଶବକୁ ବ୍ୟବଚ୍ଛେଦ ପାଇଁ କୁଆଁରମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଛି। ଏହା ସହ ପୋଡ଼ା ବାଇକ୍ ଦ୍ୱୟକୁ ଜବତ କରିଛି।

ଏହି ଦୁର୍ଘଟଣାରେ ରାଏବୋଗା ପାର୍ଶ୍ଵରୁ ବୀରମିତ୍ରପୁର ପଟକୁ ଆସୁଥିବା ବାଇକ୍ ସମ୍ପୂର୍ଣ ପୋଡ଼ି ଯାଇଥିଲେ ମଧ୍ୟ ଚାଳକ ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର କପଡା ବ୍ୟବସାୟୀ ଅଶୋକ ଅଗ୍ରୱାଲ(୫୪) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିବାରୁ ସେ ମଧ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Share