Categories: ଜାତୀୟ

ସ୍ତ୍ରୀଙ୍କୁ ‘ଟମାଟର୍‌’ କହିବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି

ପାଟନା,୩୧।୩: ବିହାରର ମୁଙ୍ଗେର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଗତପୁର ଗ୍ରାମରେ ବଜାରରୁ ଫେରୁଥିବା ଜଣେ ମହିଳାଙ୍କୁ ଟମାଟର କହି କମେଣ୍ଟ କରିଥିଲେ ଜଣେ ବ୍ୟକ୍ତି। ଏଥିରେ ରାଗିଯାଇ ମହିଳାଙ୍କ ସ୍ବାମୀ ୬ ଲୋକଙ୍କ ସହ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି। ଏନେଇ ମୃତକଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହି ଘଟରାରେ ୨ ମହିଳାଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।
ସୂଚନାଯୋଗ୍ୟ, ଜଗତପୁର ଗ୍ରାମ ନିବାସୀ ମହେଶ ଦାସ ବଜାରରୁ କିଛି ଜିନିଷ କିଣି ଫେରୁଥିଲେ। ବାଟରେ ଜଣେ ପରିଚିତ ବ୍ୟକ୍ତି ଦେଖାହେବାରୁ ସେ ଛିଡା ହୋଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ତାଙ୍କ ପଡୋଶୀ ବ୍ରହ୍ମଦେବ ଦାସଙ୍କ ସ୍ତ୍ରୀ ମଧ୍ୟ ବଜାରରୁ ଫେରୁଥିଲେ। ତାଙ୍କ ଦେଖି ମହେଶ ଟମାଟର୍‌-ଟମାଟର୍‌ କହିଥିଲେ। ଏହା ଶୁଣି ମହିଳା ଜଣଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ବ୍ରହ୍ମଦେଶ କିଛି ଲୋକଙ୍କୁ ଧରି ମହେଶ ପିଟିପିଟି ହତ୍ୟା କରିଥିଲେ।

Share