Categories: ଫୁରସତ

କରୋନା ଟିକା ନେବା ପାଇଁ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟା ଚାଲିଲେ ଯୁବକ

ବ୍ରାଜିଲର ଆମାଜନରେ କରୋନା ଟିକା ନେବା ପାଇଁ ଜଣେ ଆଦିବାସୀ ଯୁବକ ତାଙ୍କ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟାର ରାସ୍ତା ଚାଲିବା ଆଶ୍ଚର୍ଯ୍ୟଜନକ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ୨୪ ବର୍ଷୀୟ ତାଓ୍ବି ତାଙ୍କର ୬୭ ବର୍ଷୀୟ ପିତାଙ୍କୁ ପିଠିରେ ନେଉଥିବାର ଦେଖାଯାଏ। ଯେତେବେଳେ ଉଭୟଙ୍କୁ ଟିକାକରଣ କରାଯାଇଥିଲା। ତାଓ୍ବି ଟିକାକରଣ ସ୍ଥାନରେ ପହଞ୍ଚିବା ପାଇଁ ୬ ଘଣ୍ଟା ଲାଗିଥିଲା। ଫେରିବା ପାଇଁ ମଧ୍ୟ ଆଉ ୬ ଘଣ୍ଟା ଲାଗିଥିଲା। ତାଓ୍ବିଙ୍କ ଏପରି କାର୍ଯ୍ୟ ଦେଖି ଲୋକେ ପ୍ରଂଶସା କରୁଛନ୍ତି। ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଆଧୁନିକ ଯୁଗର ଶ୍ରବଣ କୁମାର। ଆଉ ଜଣେ ୟୁଜର ଲେଖିଛନ୍ତି, ସବୁ ପୁଅମାନେ ତାଓ୍ବିଙ୍କ ପରି ହେବା ଉଚିତ୍‌। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ଯୁବକଙ୍କଠାରୁ ଅନେକ ଶିକ୍ଷା ମିଳିଲା।

Share