Categories: ଫୁରସତ

ବିଏମ୍‌ଡବ୍ଲ୍ୟୁରେ ଘାସ ବହୁଛନ୍ତି ଚାଷୀ, ଭିଡିଓ ଦେଖିଲେ…

ଆମ ଦେଶ ଏକ କୃଷିପ୍ରଧାନ ଦେଶ। କେଉଁ ପ୍ରାଚୀନ କାଳରୁ ଆମ ଦେଶରେ ଚାଷୀମାନେ ଚାଷ କରିଆସୁଛନ୍ତି। ଏହା ସତ୍ତ୍ୱେ ଦେଶରେ କୃଷକ ଏବଂ ପଶୁପାଳକଙ୍କ ଅବସ୍ଥା ଭଲ ନୁହେଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବିଏମ୍‌ଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ କାର୍‌ରେ ଘାସ ବୋହି ନେଉଥିବା ଜଣେ ଧନୀ କୃଷକଙ୍କ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଆପଣ ପ୍ରାୟତଃ ବିଏମ୍‌ଡବ୍ଲ୍ୟୁ ମାଲିକମାନଙ୍କୁ ଦେଖିଥିବେ, ସେମାନେ ଧନୀ ବ୍ୟକ୍ତି ହୋଇଥାନ୍ତି। ଏହି ବିଳାସପୂର୍ଣ୍ଣ କାର୍‌ରେ ଯାତ୍ରା କରୁଥିବା ଜଣେ ସାଧାରଣ ବ୍ୟକ୍ତିଙ୍କୁ ଆପଣ କଦାପି ଦେଖିବେ ନାହିଁ। ତେବେ ଭାଇରାଲ ହେଉଥିବା ଭିଡିଓ ଏହାଠାରୁ ଚାରି ପାଦ ଆଗରେ ଅଛି। ଏଥିରେ ଜଣେ କୃଷକ କେବଳ ବିଏମ୍‌ଡବ୍ଲ୍ୟୁରେ ବୁଲୁନାହାନ୍ତି ବରଂ ଏଥିରୁ ଚାରା ମଧ୍ୟ ନେଇ ଯାଉଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ, ଜଣେ ବ୍ୟକ୍ତି ଗାଈ ଏବଂ ବଳଦକୁ ଖାଇବାକୁ ଦେବା ପାଇଁ ବିଏମ୍‌ଡବ୍ଲ୍ୟୁ କାର ଉପରେ ଘାସ ପରିବହନ କରୁଥିବା ଦେଖିବାକୁ ମିଳିଛି। ସାଧାରଣତଃ କୃଷକମାନେ ଟ୍ରାକ୍ଟରରେ ପଶୁମାନଙ୍କ ପାଇଁ ଖାଇବାକୁ ନେଇଥାନ୍ତି, କିନ୍ତୁ ଏହି ବ୍ୟକ୍ତି ବିଳାସପୂର୍ଣ୍ଣ କାର୍‌ ବିଏମ୍‌ଡବ୍ଲ୍ୟୁରେ ଖାଇବାକୁ ରଖିଛନ୍ତି। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। କେହି କେହି କହିଛନ୍ତି, ଏହି ବ୍ୟକ୍ତି ବହୁତ ଧନୀ ହୋଇଥିବା ବେଳେ କେହି କେହି କାର୍‌ ଚୋରି କରିଥିବା ମଧ୍ୟ କହିଛନ୍ତି।

Share