ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ

ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍‌ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ ଫୋନର ସନ୍ଧାନ ପାଇଛନ୍ତି। ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କୁ ଲୋକେ ଲୋକପ୍ରିୟ ଡିଟେକ୍ଟିଭ ଜେମସ ବଣ୍ଡ ବୋଲି ଆଖ୍ୟା ଦେଉଛନ୍ତି।

ତାମିଲନାଡୁର ଏହିବ୍ୟକ୍ତି ନିଜ ବାପାଙ୍କ ଚୋରି ହୋଇଯାଇଥିବା ଫୋନ ଓ ବ୍ୟାଗକୁ ଖୋଜିବା ପାଇଁ ଏପରି ରାସ୍ତା ଆପଣାଇଛନ୍ତି। ବ୍ୟକ୍ତିଜଣକ ହେଲେ ରାଜ ଭଗତ। ଘଟଣା ଏପରି କି, ରାଜଙ୍କ ବାପା ନାଗରକୋଇଲ କାଚିଗୁଡା ଏକ୍ସପ୍ରେସରେ ନାଗରକୋଇଲିରୁ ତ୍ରେଚି ଯାଉଥିଲେ। ଏହି ଯାତ୍ରା ଭିତରେ ଚୋରଜଣକ ଭିଡର ଫାଇଦା ଉଠାଇ ତାଙ୍କ ଜିନିଷ ଚୋରି କରିଦେଲେ। ପରେ ଯେତେବେଳେ ତାଙ୍କ ବାପାଙ୍କୁ ଏସମ୍ପର୍କରେ ଜଣାପଡିଲା ସେ ଟ୍ରେନ୍‌ ଭିତରେ ଖୋଜାଖୋଜି କରିବାରେ ଲାଗିପଡିଲେ। ସାଙ୍ଗେସାଙ୍ଗେ ସେ ପୁଅ ରାଜଙ୍କୁ ଫୋନ କରି ଜଣାଇଲେ।

ଏସମ୍ପର୍କରେ ରାଜ କହିଛନ୍ତି, ଆମ ପରିବାରର ସମସ୍ତଙ୍କ ଫୋନରେ ଲୋକେଶନ ଶେୟାରିଂ ଅନ୍‌ ରହିଥାଏ। ତେଣୁ ମୁଁ ଗୁଗୁଲ ମ୍ୟାପ ଦ୍ୱାରା ଫୋନ ଟ୍ରାକିଂ କରିବାରେ ଲାଗିପଡିଲି। ପ୍ରଥମେ ଜଣାପଡିଲା କି, ଫୋନ ତିରୁନେଲବଲିର ମେଲାପଲାୟମ ଇଲାକାରେ ରହିଛି। ସେଥିରୁ ମୁଁ ଅନୁମାନ ଲଗାଇଲି କି, ଚୋର ଅନ୍ୟଏକ ଟ୍ରେନରେ ନାଗରକୋଇଲ ଫେରୁଛନ୍ତି। ଡେରି ନ କରି ନିଜ ସାଙ୍ଗମାନଙ୍କ ସହ ମିଶି ସ୍ଥାନୀୟ ପୋଲିସର ସାହାଯ୍ୟ ମାଗିଲି। ଏହାରି ଭିତରେ ଚୋରର ରିଅଲ ଲୋକେଶନ ଟ୍ରାକ୍‌ କରୁଥିଲି। ଏହାପରେ ସେ ଚୋରଜଣକ ଟ୍ରେନରୁ ଓହ୍ଲାଇ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରୁଥିଲେ। ତାହା ମୋତେ ଗୁଗୁଲ ମ୍ୟାପରୁ ଜଣାପଡୁଥିଲା। ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ କାବୁ କରିଥିଲୁ। ଆଉ ମୁଁ ଫୋନ ଫେରି ପାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri