କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସେଥିପାଇଁ କିଛି ଲୋକ ଘରେ ଏହାକୁ ପାଳିବାକୁ ପସନ୍ଦ କରନ୍ତି। ସେହିଭଳି କିଛି ବୁଲା କୁକୁରଙ୍କ ସହ ଭିନ୍ନ ବନ୍ଧନରେ ଯୋଡ଼ି ହୋଇଥାନ୍ତି। ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନକୁ ବୁଲା କୁକୁରଙ୍କ ସହ ପାଳନ କରୁଥିବା ଦେଖାଯାଉଛି।
କୁହାଯାଏ ଦୁନିଆରେ ମାନବିକତାଠାରୁ ବଡ଼ ଧର୍ମ ନାହିଁ। ବୋଧହୁଏ ଭିଡିଓଟି ତାହା ସ୍ପଷ୍ଟ କରୁଛି। ଏଥିରେ ଜଣେ ଯୁବକ ଦୁଇଟି କୁକୁର ସହ ବସିଛନ୍ତି। ସେ ଏକ ପ୍ୟାକେଟରୁ କେକ୍ ବାହାର କରି ମହମବତୀ ଲଗାଉଛନ୍ତି। ଏହାପରେ ସେ କେକ୍ କାଟି ଜନ୍ମଦିନର ଗୀତ ଗାଉଛନ୍ତି। କୁକୁରମାନେ ମଧ୍ୟ ମୁଣ୍ଡରେ ଟୋପି ପିନ୍ଧି ଏହାକୁ ଉପଭୋଗ କରୁଛନ୍ତି। ଶେଷରେ ଯୁବକଜଣଙ୍କ ଉଭୟ କୁକୁରକୁ ଚୁମ୍ବନ ଦେବା ସହ କେକ୍ ଖାଇବାକୁ ଦେଉଛନ୍ତି । ଭିଡିଓଟି ଅନେକଙ୍କୁ ଭାବପ୍ରବଣ କରୁଛି। ଏହାକୁ ଶେୟାର କରି ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଟୁଇଟର୍ରେ ଲେଖିଛନ୍ତି ‘ସର୍ବୋତ୍ତମ ଜନ୍ମଦିନ ପାର୍ଟି’।