ସ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରୁଥିଲେ ପୋଲିସ କର୍ମଚାରୀ: କାନ, ଓଠ, ନାକ ହାଣିଲେ ସ୍ବାମୀ

ଲାହୋର,୧।୮: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଯେଉଁଥିରେ ସ୍ବାମୀ ଉକ୍ତ ପୋଲିସ କର୍ମଚାରୀଙ୍କ ନାକ, କାନ, ଓଠ କାଟିଦେଇଛନ୍ତି। ଏଭଳି ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ସୂଚନାଯୋଗ୍ୟ, କନ୍‌ଷ୍ଟେବଳ କାଶିମ୍‌ ହାୟତ ମୁହମ୍ମଦ ଇଫତିଖାରଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ପୋଲିସ କହିଛି। ଇଫତିଖାର ପ୍ରଥମେ କାଶିମ୍‌ଙ୍କୁ ଅପହରଣ କରି ଏକ ମରୁଭୂମିକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ପରେ ତାଙ୍କ କାନ, ନାକ ଓ ଓଠ ହାଣିଥିବା କୁହାଯାଉଛି। ଇଫତିଖାର ତାଙ୍କର ଜଣେ ସହଯୋଗୀ ସହ ମିଶି ଲାହୋରଠାରୁ ୨ଶହ କଲୋମିଟର ଦୂର ଝାଙ୍ଗ ଜିଲାରେ ଏହି ଘଟଣା ଭିଆଇଥିବା କୁହାଯାଉଛି। ଘଟଣା ପରେ ୨ଅଭିଯୁକ୍ତ ଫେରାର ଅଛନ୍ତି। ଅନ୍ୟପଟେ କ୍ଷତାକ୍ତ ଅବସ୍ଥାରେ କାଶିମ୍‌ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଇଫତିଖାର ଓ ତାଙ୍କ ସହଯୋଗୀଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି।

Share