Categories: ଜାତୀୟ

ଟାଓ୍ବାରକୁ ଚଢ଼ି କଏଦୀଙ୍କୁ ମୁକ୍ତ କରିବାକୁ ଅଡ଼ି ବସିଲେ ବୃଦ୍ଧ

ଚଣ୍ଡିଗଡ,୩୦।୪: ପଞ୍ଜାବର ମୋଗାସ୍ଥିତ ରୋଡେ ଗ୍ରାମରେ ବଲଓ୍ବିନ୍ଦର ସିଂ ନାମକ ଜଣେ ବୃଦ୍ଧ ମୋବାଇଲ ଟାଓ୍ବାର ଉପରକୁ ଚଢ଼ି ଶିଖ୍‌ ସମ୍ପ୍ରଦାୟର କଏଦୀଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

ଶ୍ରୀ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିବା ଅଭିଯୋଗରେ ଗିରଫ ହୋଇ ଦେଶର ବିଭିନ୍ନ ଜେଲରେ ଥିବା ଶିଖ୍‌ କଏଦୀମାନଙ୍କୁ ମୁକ୍ତ କରାଯାଉ। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂଙ୍କ ହତ୍ୟା ଅଭିଯୋଗରେ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଖଲିସ୍ତାନୀ କଠୋରପନ୍ଥୀ ଜଗ୍‌ତାର ସିଂ ହଓ୍ବାରାଙ୍କୁ ପଞ୍ଜାବର କୌଣସି ଏକ କାରାଗାରକୁ ସ୍ଥାନାନ୍ତର କରାଯାଉ ବୋଲି ସେ ଅଡ଼ି ବସିଥିଲେ। ଟାଓ୍ବାରକୁ ଚଢ଼ିବା ପୂର୍ବରୁ ସେ ତାଙ୍କ ଦାବିଗୁଡ଼ିକ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ। ଗୁରୁ ଗ୍ରନ୍ଥ ସାହିବର ଅପବିତ୍ରକରଣ ରୋକିବା ପାଇଁ କଠୋର ଆଇନ ଅଣାଯାଉ ବୋଲି ସେ ଏଥିରେ ଉଲ୍ଲେଖ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ତଳକୁ ଓହ୍ଲାଇ ଆସିବାକୁ କହି ବୁଝାଶୁଝା କରିଥିଲା। ହେଲେ ସେ ନିଜ ଜିଦ୍‌ରେ ଅଟଳ ରହିଥିଲେ।

Share