Categories: ଜାତୀୟ

୩୨ ବର୍ଷ ପୂର୍ବେ କରିଥିଲେ ଚୋରିି, ଏବେ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ, ୨।୯: ନୂଆଦିଲ୍ଲୀ ଜିଲାର ମନ୍ଦିର ମାର୍ଗ ଥାନା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ୩୨ ବର୍ଷ ପୂର୍ବେ ଦିଲ୍ଲୀରେ ସେ ଏକ ଅପରାଧରେ ଜଡିତ ଥିଲେ। ଅଭିଯୁକ୍ତ ବୃଦ୍ଧ ଫଜରୁଙ୍କୁ ୨୨ ବର୍ଷ ପୂର୍ବେ ପଳାତକ ଘୋଷିତ କରାଯାଇଥିଲା। ଗତ ଅଗଷ୍ଟ ୨୯ରେ ଫଜୁର ଏବଂ ତାଙ୍କ ସାଥୀ ଦୀନୁ (୬୦)ଙ୍କୁ ମନ୍ଦିର ମାର୍ଗ ପୋଲିସ ଗିରଫ କରିଥିଲା। ନୂଆଦିଲ୍ଲୀ ଜିଲା ଡିସିପି ଡକ୍ଟର ଇଶ ସିଂଘଲଙ୍କ ଅନୁଯାୟୀ, ଥାନା ଅଧ୍ୟକ୍ଷ ବିକ୍ରମଜିତ ସିଂଙ୍କ ତତ୍ତ୍ୱାବଧାନରେ ଏସଆଇ ଜୟ ସିଂ ଏବଂ ଏଏସଆଇ ଇନ୍ଦ୍ରପାଲ ସିଂଙ୍କ ଏକ ଟିମ ଅଭିଯୁକ୍ତ ଫଜରୁଙ୍କୁ ରାଜସ୍ଥାନର ଅଲଓ୍ବାର ଜିଲାରେ ଥିବା ତାଙ୍କ ଗ୍ରାମ ବହାଦୂରୀ ଗିରଫ କରିଛି।
୧୯୮୯ ମସିହାରେ ଦିଲ୍ଲୀର ଆମ୍ବେଦକର ନାଗରରେ ଦୀନୁୁ ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ସହ ଫଜ୍ରୁ ଡକାୟତି କରିଥିଲେ। ସେମାନେ ଦୋକାନର ସଟର ଭାଙ୍ଗି ଦାମୀ ପୋଷାକ ଏବଂ ବହୁ ନଗଦ ଟଙ୍କା ନେଇ ଯାଇଥିଲେ। ଆମ୍ବେଦକର ନଗର ପୋଲିସ ଷ୍ଟେଶନ ସେତେବେଳେ ଫଜରୁ ଏବଂ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ପୋଷାକ ଉଦ୍ଧାର କରାଯାଇଥିଲେ। ପରେ କୋର୍ଟ ଫଜରୁଙ୍କୁ ଜାମିନରେ ମୁକୁଳିଥିଲେ। କରିଥିଲେ। ଏହା ପରେ ସେ କେବେ ବି କୋର୍ଟରେ ହାଜର ହୋଇ ନ ଥିଲେ। ୧୯୯୮, ଜୁନ୍‌ ୪ରେ କୋର୍ଟ ଫଜରୁଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ଫଜ୍‌ରୁ ଜଣେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଚୋର ଥିଲେ। ସେମାନଙ୍କ ରାତିରେ ଦୋକାନଗୁଡ଼ିକୁ ଟାର୍ଗେଟ କରୁଥିଲେ।

Share