ମୃତ ସ୍ତ୍ରୀଙ୍କ ଫଟୋ ସହ ସେଲ୍‌ଫି ନେଇ ଲାଇଭ୍‌ ଭିଡିଓ କରି ଜୀବନ ହାରିଲେ ଏହି ବ୍ୟକ୍ତି, କାରଣ …

ପାଟଣା,୮।୧: ବିହାରର ହାଜିପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ନିଜର ସମସ୍ତ ଆତ୍ମହତ୍ୟା ଘଟଣାକୁ ଲାଇଭ୍‌ ଭିଡିଓରେ ରେକର୍ଡ କରି ଆତ୍ମହତ୍ୟା କରିଛନ୍ତି।

ଏହି ବ୍ୟକ୍ତିଙ୍କ ନାମ ଅମରେଶ। ସେ ତାଙ୍କ ମୃତ ସ୍ତ୍ରୀଙ୍କ ଫଟୋ ସହିତ ସେଲ୍‌ଫି ନେଇଥିଲେ। ପରେ ଏକ ଲାଇଭ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ଗ୍ରାମବାସୀ କୁହନ୍ତି, ୩ ବର୍ଷ ପୂର୍ବେ ଅମରେଶଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଏକପ୍ରକାର ଭାଙ୍ଗି ପଡ଼ିଥିଲେ। ଗ୍ରାମବାସୀଙ୍କ କହିବାନୁସାରେ, ଅମରେଶଙ୍କର ତାଙ୍କ ଶାଳୀଙ୍କ ସହ ବି ପ୍ରେମସମ୍ପର୍କ ଥିଲା। ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନାନ୍ତର ଘଟିଥିଲା। ଏହି କାରଣରୁ ସେ ଏମିତି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଜବତ କରିବା ସହ ମୃତଦେହ ହାଜିପୁର ସଦର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Share