Categories: ଜାତୀୟ

ପରିବାରର ୫ ଜଣଙ୍କୁ ହତ୍ୟା କରି ଜୀବନ ହାରିଲେ କଲେ ଯୁବକ

ଅମ୍ବାଲା,୨୬।୮: ହରିୟାଣାର ଅମ୍ବାଲା ସହରରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ପ୍ରଥମେ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଖାଦ୍ୟରେ ବିଷ ଦେଇଥିଲେ। ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଅମ୍ବାଲା ସହର ନିକଟସ୍ଥ ବାଲାନା ଗାଁରେ ଏହି ଘଟଣା ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ସମଗ୍ର ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ନାମ ୬୫ ବର୍ଷିୟ ସଂଗତ ସିଂ, ତାଙ୍କ ସ୍ତ୍ରୀ ମହିନ୍ଦ୍ରା କୌର (୬୨), ପୁଅ ସୁଖବିନ୍ଦର ସିଂ (୩୨), ସୁଖୱିନ୍ଦରଙ୍କ ସ୍ତ୍ରୀ ପ୍ରମିଳା (୨୮) ଏବଂ ତାଙ୍କ ଦୁଇ ନାତୁଣୀ ବୋଲି ଜଣାପଡିଛି। ସୁଖବିନ୍ଦର ହିଁ ଏହି ଘଟଣା ଘଟାଇ ନିଜେ ଆତ୍ମହତ୍ୟା କରିଛନ୍ତି। ସୁଖବିନ୍ଦର ସିଂ ଯମୁନାନଗରର ଏକ କମ୍ପାନୀରେ କାମ କରୁଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Share