ସିଡନୀ,୫।୯: ଅଷ୍ଟ୍ରେଲିଆର ଏମରଲାଡ୍ ବେଳାଭୂମିରେ ସାର୍କ ଆକ୍ରମଣରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଏହା ଦ୍ୱିତୀୟ ସାର୍କ ଆକ୍ରମଣ ଘଟଣା।
ଇନ୍ସପେକ୍ଟର କ୍ରିସ ୱିଲସନ କହିଛନ୍ତି ଯେ, ରବିବାର ସମୁଦ୍ର କୂଳରେ ସାର୍କ ଆକ୍ରମଣରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ହେଲିକାପ୍ଟର ମେଡିକାଲ ଟିମ୍ ଦିନ ୧୧ଟା ବେଳେ ପହଞ୍ଚିଥିଲା। ଅନେକ ଚେଷ୍ଟା ସତ୍ତ୍ୱେ ଯୁବକ ଜଣଙ୍କୁ ବଞ୍ଚାଇ ପାରି ନ ଥିଲେ ମେଡିକାଲ ଟିମ୍ ସଦସ୍ୟ। ବର୍ତ୍ତମାନ ସନ୍ତରଣକାରୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି।