ନାସିକ, ୩।୯: ଭାରତରେ କରୋନା ମହାମାରୀଜନିତ ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୮୩ ହଜାର ଛୁଇଁଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ କରୋନା ଜୀବାଣୁକୁ ରୋକିବା ଲାଗି ନାନା ପଦକ୍ଷେପ ନିଆଯାଉଛି। ଲୋକମାନେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାନିଟାଇଜର ମାଧ୍ୟମରେ ହାତ ସଫା ରଖୁଛନ୍ତି। କରୋନା ସଙ୍କଟ ଆସିବା ପରେ ସାନିଟାଇଜର ବ୍ୟବହାର କରିବା ଏକ ସାଧାରଣ କଥା ହୋଇଯାଇଛି। ତେବେ ସେହି ସାନିଟାଇଜର ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାଟି ମହାରାଷ୍ଟ୍ରର ନାଶିକରେ ଘଟିଥିବା ଜଣାପଡ଼ିଛି। ଖବର ସହବାରାହ ସଂସ୍ଥା ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସାନିଟାଇଜରରେ ନିଅଁା ଲାଗି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଏହି ବ୍ୟକ୍ତିଙ୍କ ଘରେ ଥିବା ସାନିଟାଇଜର ବୋତଲରେ ନିଅଁା ଲାଗିଯାଇଥିଲା। ଏହାପରେ ବ୍ୟକ୍ତିଜଣଙ୍କ ସେହି ନିଅଁା ସଂସ୍ପର୍ଶରେ ଆସି ପୋଡ଼ି ହୋଇଯାଇଥିଲେ। ତାଙ୍କ ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ପ୍ରାଣବାୟୂ ଉଡ଼ିଯାଇଥିଲା।