Categories: ଜାତୀୟ

ସିନେମା ଦେଖିବାକୁ ଯାଇ ଆତ୍ମହତ୍ୟା, ଶୌଚାଳୟରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ, ୮।୭: ସିନେମା ଦେଖିବାକୁ ଯାଇ ଆତ୍ମହତ୍ୟା। ଶୁକ୍ରବାର ପଶ୍ଚିମ ଦିଲ୍ଲୀର ବିକାଶପୁରୀରେ ଥିବା ପିଭିଆର ସିନେମା ହଲରେ ଜଣେ ଦର୍ଶକ ଆତ୍ମହତ୍ୟା କରିଛନ୍ତି। ସିନେମା ହଲର ଶୌଚାଳୟରୁ ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ବ୍ୟକ୍ତିଙ୍କ ପକେଟରେ ଥିବା ଅଧାରକାର୍ଡରୁ ତାଙ୍କ ପରିଚୟ ମିଳିଛି। ମୃତ ଯୁବକଙ୍କ ବୟସ ୪୪ ବର୍ଷ ହେବ ବୋଲି କୁହାଯାଇଛି। ପାରିପାର୍ଶିକ ଅବସ୍ଥାରୁ ବ୍ୟକ୍ତିଜଣଙ୍କ ନିଜକୁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ ଦେଇଥିବା ଦେଖାଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share