କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ନେଇ ବିଶ୍ୱରେ ଟିକାକରଣ ପ୍ରକିୟା ଜାରି ରହିଛି। ପ୍ରଥମେ ଟିକାକୁ ନେଇ ଲୋକଙ୍କ ମନରେ ଡର ଥିଲା। ହେଲେ ଏହା ଧିରେ ଧିରେ କମିବାରେ ଲାଗିଛି। ଏହି କ୍ରମରେ କାନାଡ଼ାରେ କରୋନା ଟିକା ନେବା ପରେ ଜଣେ ବ୍ୟକ୍ତି ଏତେ ଖୁସି ହୋଇଯାଇଛନ୍ତି ଯେ ସେ ପଞ୍ଜାବୀ ନୃତ୍ୟ(ଭାଙ୍ଗଡା) କରିବାରେ ଲାଗିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କରୋନା ଟିକା ଲଗାଇବା ପରେ ଖୁସି ହୋଇ ବରଫ ପାଲଟିଥିବା ଝରଣା ଉପରେ ନାଚୁଥିବା ଦେଖାଯାଇଛି।
ବ୍ୟକ୍ତିଜଣଙ୍କ ହେଲେ ଗୁରୁଦୀପ ପଣ୍ଢେର। ସେ ଜଣେ ମ୍ୟୁଜିକ୍ ଆର୍ଟିଷ୍ଟ। ସେ କରୋନା ଟିକା ନେବାର ଗୋଟିଏ ଦିନ ପରେ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ଭାଙ୍ଗଡ଼ା କରି ଭିଡିଓ ପୋଷ୍ଟ କରିଥିଲେ। ଭିଡିଓଟିକୁ ବେଶ୍ ପସନ୍ଦ କରାଯାଉଛି।