ଗାଧୋଉଥିବା ବେଳେ ଅଘଟଣ: ନଦୀରେ ବୁଡି ବ୍ୟକ୍ତି ମୃତ

ଦିଗପହଣ୍ଡି,୪।୪(ବ୍ୟୁରୋ): ଗାଧୋଉଥିବା ବେଳେ ଅଘଟଣ । ଘୋଡାହାଡ ନଦୀରେ ବୁଡି ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ଉମାକାନ୍ତ ସାହୁ(୫୬)। ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ଯୁବକକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କେସ୍‌ ନଂ-୪/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲର ପଠେଇଥିବା ଜଣାପଡିଛି। ମୃତ ଉମାକାନ୍ତ ସାହୁ ସାନଖେମୁଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ପୂର୍ବାହ୍ନ ସମୟରେ ଗଁା ବାଟ ଦେଇ ଯାଇଥିବା ଘୋଡାହାଡ ନଦୀରେ ଗାଧୋଉଥିବା ବେଳେ କୌଣସି କାରଣ ବଶତଃ ଗୋଡ ଖସି ନଦୀ ଗର୍ଭରେ ବୁଡି ଯାଇଥିବା ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ କହିଛନ୍ତି।