Categories: ଫୁରସତ

ମଣିଷ ମାଂସ ଖାଏ ଏହି ଫଳ ! ମାସକରେ ମିଳିବ ଜିରୋଫିଗର…

ନୂଆଦିଲ୍ଲୀ : ପ୍ରକୃତି ଅନେକ ଜିନିଷ ସୃଷ୍ଟି କରିଛି ଏବଂ ସେମାନଙ୍କର ଏପରି ବିଶେଷ ଗୁଣ ଅଛି ଯାହା ମଣିଷ ଶୁଣି ଆଶ୍ଚର୍ଯ୍ୟ ହୋଇପାରେ। ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ବ୍ୟବହାର କଲେ ବହୁ ସୁଫଳ ମିଳିଥାଏ।

ଆମେ ଫଳ ଖାଉ, କୌଣସି ଫଳ ମଧ୍ୟ ମଣିଷ ମାଂସକୁ ଖାଇପାରେ। ଏହା ଶୁଣିଲେ ଯେ କେହି ଚକିତ ହେବା ସ୍ବାଭାବିକ। ତେବେ ଏହି ଫଳ ଆମ ଘରେ ସହଜରେ ଉପଲବ୍ଧ ଏବଂ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଅମୃତ ଭଳି। ଅଭ୍ୟାସ କରି ମାସେ ଖkାଇଲେ ଜିରୋଫିଗର ମିଳିବା ସହଜ ହେବ।

ସେ ଫଳଟି ହେଉଛି ସପୁରୀ। ଏହା ବହୁତ ସ୍ବାଦିଷ୍ଟ। କିନ୍ତୁ କେତେକ ଏହା ଆଲର୍ଜି ବୋଲି ମଧ୍ୟ କହିଥାନ୍ତି। ତେବେ ଏହି ତଥ୍ୟଟି ଅତ୍ୟନ୍ତ ଅଦ୍ଭୁତ, ଯେତେବେଳେ ଆମେ ସପୁରୀ ଖାଉ, ଏହା ପ୍ରତିବଦଳରେ ଆମର ମାଂସକୁ ଖାଏ। ସପୁରୀ ଖାଇଲେ ଜିଭରେ ଏକ ଝିମଝିମ ଅନୁଭବ ହୋଇଥାଏ। ବାସ୍ତବରେ, ଏଥିରେ ବ୍ରୋମେଲାଇନ ନାମକ ଏକ ଏନଜାଇମ ଥାଏ, ଯାହାର କାମ ହେଉଛି ପ୍ରୋଟିନ ହଜମ କରିବା । ଏହା ମଣିଷ ଜିଭରେ ଥିବା ପ୍ରୋଟିନକୁ ଖାଇବା ଆରମ୍ଭ କରିଥାଏ।

ଏହା ପେଟରେ ଥିବା ଏସିଡ ଏନଜାଇମକୁ ନଷ୍ଟ କରିଦିଏ। ତେଣୁ ଏହି ଉପକାରୀ ଫଳକୁ  ଖାଦ୍ୟରେ ସାମିଲ କରିବା ଆବଶ୍ୟକ।

Share