Categories: ଜାତୀୟ

କୁକୁରର ଗୁପ୍ତାଙ୍ଗ କାଟିଦେଲେ ଦମ୍ପତି

କାନପୁର, ୧୩ା୪- ଉତ୍ତର ପ୍ରଦେଶର କାନପୁର ଜିଲାରେ ଏକ ଦମ୍ପତି ପଡ଼ୋଶୀଙ୍କ ପୋଷା କୁକୁରର ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ଆସିଛି। ରସୁଲାବାଦ୍‌ ଥାନା ଅନ୍ତର୍ଗତ ସୁଜାନପୁର ଅଞ୍ଚଳରେ ସୋମବାର ଘଟିଛି ଏହି ଘଟଣା। ଗୁରୁତର କୁକୁରକୁ ଉଦ୍ଧାର କରାଯାଇ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କୁକୁରର ମାଲିକ ସୁରେଶ ସିଂ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପଡ଼ୋଶୀ ଦମ୍ପତି ଓ ଅନ୍ୟ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ କୁକୁରର ଗୁପ୍ତାଙ୍ଗ କାଟି ଦେଇଛନ୍ତି। କୁକୁର ଲଗାତାର ଭୁକିବା ଶୁଣି ଆମେ ପହଞ୍ଚିଥିଲୁ ଘଟଣାସ୍ଥଳରେ। କୁକୁରକୁ ଯନ୍ତ୍ରଣାରେ ଦେଖି ପ୍ରଥମେ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ।

ରସୁଲାବାଦ୍‌ ଇନ୍ସପେକ୍ଟର ଶଶି ଭୁଷଣ ମିଶ୍ର କହିଛନ୍ତି, ଅଭିଯୋଗରେ ସତ୍ୟାସତ୍ୟ ଅଛି କି ନାହିଁ ଜାଣିବା ପାଇଁ ଜଣେ ସବ୍‌ ଇନ୍ସପେକ୍ଟରଙ୍କୁ ଘଟଣାସ୍ଥଳ ଓ ପଶୁ ଚିକିତ୍ସାଳୟକୁ ପଠାଇଛୁ। ଯଦି ଅଭିଯୋଗ ସତ୍ୟ ପ୍ରମାଣ ହୁଏ, ତେବେ ଦୋଷୀଙ୍କ ବିରୋଧରେ ଆଇପିସି ଧାରା ୪୨୯ ଓ ୧୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share