କ୍ୱାରାଣ୍ଟାଇନ୍‌ ସେଣ୍ଟରର ୪ର୍ଥ ମହଲାରୁ ବେଡ୍‌ସିଟ୍‌ ସାହାଯ୍ୟରେ ତଳକୁ ଖସି ପଳାଇଲେ କରୋନା ରୋଗୀ

କାନବେରା,୨୩ା୭: କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ପ୍ରକାଶ ପାଉଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଅଷ୍ଟ୍ରେଲିଆରେ ଏମିତି ଏକ ଆଇସୋଲେଶନରେ ଥିବା ଜଣେ ବ୍ୟକ୍ତି ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟଚକିତ ହେବେ।

ପଶ୍ଚିମ ଅଷ୍ଟ୍ରେଲିଆରେ ଏପରି ଏକ ଘଟଣା ଦେଖିବାକୁ ମିଳଛି। ଯେଉଁଠି ହୋଟେଲର ଏକ କୋଠରିରେ ରହୁଥିବା ଜଣେ ବ୍ୟକ୍ତି ବେଡ୍‌ସିଟ୍‌ ସାହାଯ୍ୟରେ ୪ ମହଲା ଉପରୁ ତଳକୁ ଖସି କେଉଁଆଡ଼େ ପଳାଇଛନ୍ତି।

୩୯ ବର୍ଷୀୟ ଏହି ବ୍ୟକ୍ତି ଜଣକ ବ୍ରିସବ୍ରେନ୍‌ରୁ ଏକ ଇଣ୍ଟରନ୍ୟାଶନାଲ ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଥିଲେ। କୋଭିଡ୍‌ କଟକଣା ଅନୁଯାୟୀ ଏହି ବ୍ୟକ୍ତି ଦେଶରେ ପ୍ରବେଶ ପୂର୍ବରୁ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରି ନ ଥିଲେ। ତେଣୁ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଅଷ୍ଟ୍ରେଲିଆ ଛାଡ଼ିବାକୁ କୁହାଯାଇଥିଲା। ତାଙ୍କୁ ରାତିସାରା ଏକ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଠାଯାଇଥିଲା। ସେଠାରୁ ସେ ଏକ ବେଡ୍‌ସିଟ୍‌ ସହାୟତାରେ ତଳକୁ ଡେଇଁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।

Share