Categories: ଜାତୀୟ

ଯୁବକଙ୍କୁ ମାଡ଼ ମାରି ପାଦ ଚଟାଇଲେ

ଗ୍ବାଲିୟର,୯ା୭: ମଧ୍ୟପ୍ରଦେଶର ସିଧିରେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ରାଜ୍ୟରେ ଅସନ୍ତୋଷ ଲାଗି ରହିଛି। ଏଭଳିସ୍ଥିତିରେ ମଧ୍ୟପ୍ରଦେଶର ଗ୍ବାଲିୟର ଜିଲାରେ ଏକ ଚଳନ୍ତା କାର୍‌ରେ ଜଣେ ଯୁବକଙ୍କୁ ମାଡ଼ ମରି ପାଦ ଚଟାଇବାର ଭିଡିଓ ସାମନାକୁ ଆସିଛି। ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ସୂଚନା ଦେଇଛନ୍ତି। ଆକ୍ରମଣକାରୀ ଓ ପୀଡ଼ିତ ଗ୍ବାଲିୟର ଜିଲା ଡାବ୍ରା ସହରର ବାସିନ୍ଦା। ଅଭିଯୁକ୍ତମାନେ ପୀଡ଼ିତଙ୍କୁ ବାରମ୍ବାର ଚାପୁଡ଼ା ମାରିବା ସହ ଗାଳିଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ପୀଡ଼ିତଙ୍କୁ ଜୋତାରେ ପିଟାଯାଉଥିବା ଦେଖାଯାଇଛି। ଘଟଣାର ସତ୍ୟା ସତ୍ୟ ନେଇ ଭିଡିଓକୁ ଫୋରେନ୍‌ସିକ ପରୀକ୍ଷା ପାଇଁ ପଠାଯାଇଥିବା ଡାବ୍ରା ଏସ୍‌ଡିପିଓ କହିଛନ୍ତି। ପୀଡ଼ିତଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ମତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share