ଦୁନିଆ ବିଚିତ୍ରରେ ପରିପୂର୍ଣ୍ଣ। ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବେଳେବେଳେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ସେମିତି ଜଣେ ବ୍ୟକ୍ତି ଏକ ଅଦ୍ଭୁତ କାମ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି।
ସାଧାରଣତଃ ରୋଷେଇ କରିବା ସମୟରେ ଆମ ଦେହରେ ଟିକେ ଗରମ ତେଲ ପଡ଼ିଗଲେ ଆମେ କଷ୍ଟ ପାଉ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଫୁଟନ୍ତା ତେଲ କଡ଼େଇରେ ହାତ ପୂରାଇ ଚିକେନ ଫ୍ରାଏ କରୁଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ଭିଡିଓଟି ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ଦେଖିବେ ଜଣେ ବ୍ୟକ୍ତି ତେଲ କଡ଼େଇ ବସାଇଛନ୍ତି। ତେଲ ଫୁଟୁଥିବା ସମୟରେ ସେ ହାତ ପୂରାଇ ଚିକେନ୍ ଫ୍ରାଏ କରୁଛନ୍ତି। ‘ନନ୍ଭେଜ ଫୁଡି’ ନାମକ ଏକ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, କ’ଣ ୟାଙ୍କ ହାତ ଜଳୁନାହିଁ। ଫୁଟୁଥିବା ତେଲରେ କେମିତି ହାତ ପୂରାଇ ଚିକେନ ଫ୍ରାଏ କରୁଛନ୍ତି ଦେଖନ୍ତୁ। ଭିଡିଓଟି ଭାଇରାଲ ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନଭିନ୍ନ କମେଣ୍ଟ ଦେଇଛନ୍ତି।