Categories: ଫୁରସତ

୧୩ ଦିନ ଜେଲ୍‌ ଦଣ୍ଡ; ୧୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ, ୨୧।୧୦: ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଯୁବକଙ୍କୁ କୋର୍ଟ ୧୩ ଦିନ ଜେଲ୍‌ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି ଉତ୍ତର ପ୍ରଦେଶ ମୁଜାଫରନଗର ଜିଲାର ବୁଦ୍ଧାନା ସହରରୁ ସାମ୍ନାକୁ ଆସିଛି। ନାଫିସ ନାମକ ଜଣେ ଯୁବକ ୨୬ ଅଗଷ୍ଟ ୨୦୧୦ ମସିହାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେଇଥିଲେ। ଏହି ମାମଲାରେ ଜୁଡ଼ିସିଆଲ ମାଜିଷ୍ଟେଟ୍‌ ପରବିନ୍ଦର ସିଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଧାରା ୨୯୪ ଅନୁଯାୟୀ (ସର୍ବସାଧାରଣ ସ୍ଥାନରେ ଅଶୀଳ କାର୍ଯ୍ୟ) ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୩ ଦିନ ଜେଲ୍‌ ଓ ୧୫୦୦ ଟଙ୍କା ଜରିମାନା କରିଛନ୍ତି।

Share