ମାସେ ଯାଏଁ ରହିଲା ବିଅରର ହ୍ୟାଙ୍ଗଓଭର, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୩।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ, ଷ୍ଟ୍ରୋକ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ କରୁଥିବା ମଦ୍ୟପମାନେ ଏହି ସତର୍କ ବାଣୀକୁ ଅଣଦେଖା କରି ଅଧିକ ମଦ ପିଇଥାନ୍ତି। ତେବେ ମଦ୍ୟପାନ କରିବା ପରେ କିଛି ସମୟ ବା ଗୋଟିଏ ଦିନ ଯାଏଁ ହ୍ୟାଙ୍ଗଓଭର ରହିଥାଏ ଯାହାକି କିଛି ଘଣ୍ଟା ମଧ୍ୟରେ ଚାଲିଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହଙ୍କର ହ୍ୟାଙ୍ଗଓଭର ମାସେ ଯାଏଁ ରହିଥିଲା। ଏଥିପାଇଁ ସେ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।

ସ୍କଟଲ୍ୟାଣ୍ଡର ‘ଦ ଲାନସେଟ’ ନାମକ ଏକ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଜଣେ ୩୭ ବର୍ଷ ବୟସ୍କା ବ୍ୟକ୍ତି ବହୁଦିନ ଧରି ମୁଣ୍ଡବିନ୍ଧା ଏବଂ ସ୍ପଷ୍ଟ ଦେଖା ନ ଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ସମସ୍ୟାଗୁଡିକୁ ସେ କେବଳ ୨-୪ ଦିନ ନୁହେଁ ବରଂ ପ୍ରାୟ ଏକ ମାସ ଧରି ଭୋଗୁଥିଲେ। ପ୍ରାରମ୍ଭରେ ଡାକ୍ତରମାନେ ତାଙ୍କ ସମସ୍ୟାର କାରଣ ନ ବୁଝିପାରିବାରୁ ସିଟି ସ୍କାନ କରାଇଥିଲେ। ପରେ ରିପୋର୍ଟ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିପୋର୍ଟ ମିଳିବା ପରେ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ଜୀବନଶୈଳୀ ବିଷୟରେ ପଚାରି ବୁଝିଥିଲେ। ଏହାପରେ ତାଙ୍କର ରୋଗର କାରଣ ଜଣାପଡିଥିଲା। ବ୍ୟକ୍ତି ଜଣକ ୨୮ ଲିଟର ବିୟର ପିଇଥିବା ନେଇ କହିଥିଲେ। ଯାହାକୁ ଶୁଣି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ମାତ୍ରାରେ ମଦ ପିଇବା ଯୋଗୁ ମାସ ଯାକ ତାଙ୍କ ହ୍ୟାଙ୍ଗଓଭର ଯାଉ ନ ଥିଲା। ରିପୋର୍ଟରୁ ଜଣାପଡିଥିଲା କି ବ୍ୟକ୍ତିଙ୍କ ଶରୀରରେ ଉଚ୍ଚ ସ୍ତରର ଲୁପସ ଆଣ୍ଟିକୋଏଗୁଲାଣ୍ଟ ଅଛି। ଏତେ ପରିମାଣର ବିଅର ପିଇବା ହେତୁ ସେହି ବ୍ୟକ୍ତିଙ୍କ ନିଶା ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ଛାଡି ନ ଥିଲା। ଏଥିପାଇଁ ସେ ଦୀର୍ଘ ସମୟ ହ୍ୟାଙ୍ଗଓଭର ରହିଥିବା ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।

Share