ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି।  ଠିକ୍‌ ସେମିତି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କରିଛନ୍ତି। ସେ ତାଙ୍କ ଦାଢ଼ିରେ ୭୧୦ଟି ଘଣ୍ଟି ବାନ୍ଧିଛନ୍ତି।

ଆମେରିକାର ଜୋସ ଷ୍ଟ୍ରାସର୍‌ ତାଙ୍କ ନାମରେ ଏପରି ଏକ ସ୍ବତନ୍ତ୍ର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ତାଙ୍କ ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ଟାଙ୍ଗିଥିଲେ। ପରେ ତାଙ୍କ ନାମ ଗିନିଜ ବିଶ୍ୱ ରେକର୍ଡରେ ପଞ୍ଜୀକୃତ ହୋଇଥିଲା। ଏହି ରେକର୍ଡ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ରେକର୍ଡଧାରୀ କହିଛନ୍ତି, ଏହା ସବୁଠୁ ଯନ୍ତ୍ରଣାଦାୟକ ଏବଂ ବିବ୍ରତ ରେକର୍ଡ ଥିଲା।

ଜୋସ୍‌ ଲମ୍ବା ଦାଢ଼ି ରଖିବାକୁ ଭଲ ପାଉଥିଲେ। କିନ୍ତୁ ସେ କେବେ ଭାବି ନ ଥିଲେ ଦାଢ଼ି ପାଇଁ ବିଶ୍ୱ ରେକର୍ଡ କରିବେ ବୋଲି। ଏହି ଅନନ୍ୟ ଭିଡିଓ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓରେ ଜୋସ୍‌ ତାଙ୍କ ଦାଢ଼ିରେ ଗୋଟିଏ ପରେ ଗୋଟିଏ ଘଣ୍ଟି ଟାଙ୍ଗିଥିଲେ। ଏହା ଦେଖିବାକୁ ଖୁବ୍‌ ମଜାଳିଆ। ଯାହାର ଲମ୍ବା ଦାଢ଼ି ଥିବ ସେ ନିଶ୍ଚିତ ଅନୁଭବ କରୁଥିବେ ଯେ, ଦାଢ଼ିର କେଶ ଟାଣିବା କେତେ କଷ୍ଟଦାୟକ। ରେକର୍ଡଧାରୀ ଜୋସ ନିଜେ କହିଛନ୍ତି, ଏହା ହେଉଛି ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ବିବ୍ରତ ରେକର୍ଡ, ଯାହା ମୁଁ ଭାଙ୍ଗିଛି। ଏହା ବହୁତ ମୂଲ୍ୟବାନ।

Share