Categories: ଜାତୀୟ

ମଳଦ୍ୱାରରେ ଲୁଚାଇଥିଲେ ୪୨ ଲକ୍ଷର ସୁନା

ନୂଆଦିଲ୍ଲୀ,୨୮।୯: ଇମ୍ଫାଲ ବିମାନ ବନ୍ଦରରେ ସୋମବାର କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ଜଣେ ଯାତ୍ରୀଙ୍କଠାରୁ ୯୦୦ ଗ୍ରାମର ସୂନା ପେଷ୍ଟ ଜବତ କରାଯାଇଛି। ଜବତ ହୋଇଥିବା ୪ ପ୍ୟାକେଟ୍‌ ଭର୍ତ୍ତି ସୁନାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ।

ମହମ୍ମଦ ଶେରିଫ ନାମକ ଜଣେ ଯାତ୍ରୀ ୯୦୯ ଗ୍ରାମର ସୂନାକୁ ତାଙ୍କ ମଳଦ୍ୱାରରେ ଲୁଚାଇଥିଲେ। ତାଙ୍କ ଯାଞ୍ଚ ବେଳେ ମଳଦ୍ୱାରରେ କୌଣସି ପ୍ରକାର ଧାତୁ ଥିବା ଜାଣିପାରିଥିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଏ ସମ୍ପର୍କରେ ପଚରାଉଚୁରା କରାଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏଣୁ ତାଙ୍କ ଶରୀର ଏକ୍ସ-ରେ କରାଯାଇଥିଲା। ରିପୋର୍ଟରୁ ମଳଦ୍ୱାରର ପଛ ଭାଗରେ ଧାତୁ ଥିବା ଜଣାପଡ଼ିଥିଲା। ପରେ ଯାତ୍ରୀ ଜଣଙ୍କ ନିଜ ଦୋଷ ସ୍ବୀକାର କରିଥିଲେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Share