Categories: ଜାତୀୟ

ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଧକ ରଖିଲେ ସ୍ବାମୀ

ଭୋପାଳ,୨୫।୪: କଠିନ ପରିସ୍ଥିତିରେ, ଅନେକ ଥର ଲୋକମାନେ ଠିକ୍‌-ଭୁଲ୍‌ ବିଷୟରେ ଚିନ୍ତା ନ କରି ଚମତ୍କାର କାର୍ଯ୍ୟ କରନ୍ତି। ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏମିତି ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅମ୍ଳଜାନ ଲେବଲ୍‌ କମ୍‌ ହୋଇଯିବାରୁ ସ୍ବାମୀ ଏକ ଆମ୍ବୁଲାନ୍ସକୁ ବନ୍ଧକ ରଖିଥିଲେ। ସୂଚନାନୁସାରେ, ଏହି ମାମଲା ଜିଲାର ପୁତଲି ଘାଟ ଅଞ୍ଚଳରେ ମୁଖାର୍ଜୀ ନଗରରେ ଘଟିଛି। ଏଠାରେ ରହୁଥିବା ସୁନୀଲ କୁଶୱାଙ୍କ ଗର୍ଭବତୀ ସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ସୁନୀଲ ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଶୁକ୍ରବାର (ଏପ୍ରିଲ ୨୩) ସକାଳ ୧୧ଟାରୁ ଆମ୍ବୁଲାନ୍ସ ପଠାଇବାକୁ ମେଡିକାଲ କଲେଜକୁ ଫୋନ କରିଥିଲେ। ତେବେ ରାତିସାରା ଆମ୍ବୁଲାନ୍ସ ପହଞ୍ଚି ନ ଥିଲା। ପରଦିନ ଆମ୍ବୁଲାନ୍ସ ସକାଳ ୯.୩୦ରେ ପହଞ୍ଚିବା ପରେ କୁଶୱା ଦେଖିଲେ ଯେ ଏଥିରେ ଅମ୍ଲଜାନ ଅଛି। ଏଭଳି ପରିସ୍ଥିତିରେ ସେ ସ୍ତ୍ରୀଙ୍କ ଅବସ୍ଥା ଅଧିକ ଖରାପ ହେବା ଦେଖି ଆମ୍ବୁଲାନ୍ସକୁ ବନ୍ଧକ ଭାବେ ରଖିଦେଇଥିଲେ। ଆମ୍ବୁଲାନ୍ସ କର୍ମଚାରୀ ଦୀପକ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଏଭଳି ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନୀଲଙ୍କୁ ମନାଇବା ପରେ ତାଙ୍କ ସ୍ତ୍ରୀଙ୍କୁ ସମାନ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୁନୀଲ କହିଛନ୍ତି, ମୋ ସ୍ତ୍ରୀଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଛି। ମୁଁ ଶୁକ୍ରବାର ରାତି ୧୧ଟାରୁ ଆମ୍ବୁଲାନ୍ସକୁ ଫୋନ କରୁଥିଲି, ଦ୍ୱିତୀୟ ଦିନ ସକାଳ ୯.୩୦ ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ଏହି ସମୟରେ, ମୁଁ ଜିଆରସପୁରରେ ଏକ ଅମ୍ଳଜାନ ସିଲିଣ୍ଡର ମଧ୍ୟ ବ୍ୟବସ୍ଥା କରିଥିଲି ଏବଂ ପରଦିନ ଆମ୍ବୁଲାନ୍ସ ପହଞ୍ଚିବା ପରେ ମୁଁ ତାଙ୍କୁ ବନ୍ଧକ ରଖି ଜିଆରସପୁରକୁ ଯିବାକୁ କହିଲି, କିନ୍ତୁ ସେ ଯାଇ ନ ଥିଲେ। ମୋ ସ୍ତ୍ରୀଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଉ ନଥିଲା। ଏହି କାରଣରୁ, ଏହା କରିବାକୁ ପଡିଲା ବୋଲି ସୁନୀଲ କହିଛନ୍ତି।

Share