ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରୀଙ୍କୁ ଜିବନ୍ତ ପୋତିଦେଲେ ପୂର୍ବତନ ପ୍ରେମିକ

ମେଲବର୍ନ,୬।୭: ଯଦି କେହି ବ୍ୟକ୍ତି ଭୁଲ କାମ କରିଥାଆନ୍ତି ତେବେ ଏଥିପାଇଁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ। ଏମିତି ଏକ ମାମଲା ଅଷ୍ଟ୍ରେଲିଆରୁ ଆସିଛି ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାରେ ନର୍ସିଂ ପଢୁୁଥିବା ଜସ୍ମିନ କୌରଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତାରିକଜୋତ ସିଂ ଜୀବନ୍ତ କବର ଦେଇଥିଲେ। ତାରିକଜୋତଙ୍କ ସହ ସମ୍ପର୍କ ରଖିବାକୁ ଜସ୍ମିନ ମନା କରିଦେବା ପରେ ପ୍ରତିଶୋଧ ପରାୟଣ ହୋଇ ସେ ଏମିତି କରିଥିଲେ। ବର୍ତ୍ତମାନ କୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ଅଭିଯୁକ୍ତ ତାରିକଜୋତ ଫେବୟାରୀରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ୨୧ ବର୍ଷିୟ ଜସ୍ମିନ କୌରଙ୍କୁ ତାଙ୍କ ଆଡିଲେଡ କର୍ମକ୍ଷେତ୍ରରୁ ୨୦୨୧ ମାର୍ଚ୍ଚ ୫ରେ ତାରିକଜୋତ ସିଂଙ୍କ ଅପହରଣ କରି ନେଇଥିଲେ। ଏକ କାରର ଡିକିରେ ଚାରି ଘଣ୍ଟା ଧରି ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ଏକ ଦୂର ଗ୍ରାମକୁ ତାଙ୍କୁ ନିଆଯାଇଥିଲା, ଯାହା ତାଙ୍କ କର୍ମକ୍ଷେତ୍ରରୁ ୬୪୪ କିଲୋମିଟର ଦୂର॥ ସୁଦୂର ଫ୍ଲିଣ୍ଡର୍ସ ରେଞ୍ଜକୁ ନିଆଯାଇ ସେଠାରେ ଜସ୍ମିନଙ୍କୁ ଜୀବନ୍ତ ପୋତି ଦିଆଯାଇଥିଲା।
ମାର୍ଚ୍ଚ ୨୦୨୧ରେ ଅଭିଯୁକ୍ତ ତାରିକଜୋତ ସିଂ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବୁଧବାର ସୁପ୍ରିମକୋର୍ଟରେ ଦଣ୍ଡିତ ହେବା ସମୟରେ ତାଙ୍କ ଅପରାଧର ଭୟଙ୍କର ବିବରଣୀ ସମସ୍ତଙ୍କୁ ବର୍ଣ୍ଣନା କରାଯାଇଥିଲା। ଓକିଲମାନେ କହିଛନ୍ତି ଯେ ତାରିକଜୋତ ଜସ୍ମିନଙ୍କ ହତ୍ୟା ଯୋଜନା କରିଥିଲେ, ଯେଉଁଥିପାଇଁ ସେ ତାଙ୍କ ଫ୍ଲାଟମେଟଙ୍କଠାରୁ ଉଧାର ନେଇଥିଲେ। ସେ କହିଛନ୍ତି ଯେ କୌରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଥିଲା ତାହା ପ୍ରକୃତରେ ଅତ୍ୟନ୍ତ ନିଷ୍ଠୁର ଥିଲା।

Share