କୀଟନାଶକ ସ୍ପ୍ରେରେ ଜଳିଗଲେ ବୃଦ୍ଧ

ଟୋକିଓ,୧୫।୧୨: ଘରେ କୌଣସି କୀଟପତଙ୍ଗ ଦେଖିଲେ ଆପଣ ଇନସେକ୍ଟସାଇଡ ବା କୀଟନାଶକ ବ୍ୟବହାର କରୁଥିବେ। ତେବେ କୀଟନାଶକ ବ୍ୟବହାର କରି କୀଟପତଙ୍ଗ ମରିବା ବଦଳରେ ମଣିଷ ପୋଡିଯିବା କଥା କହିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏପରି ଘଟଣା ଘଟିଛି ଜାପାନରେ।
ଜାପାନରେ ଜଣେ ବ୍ୟକ୍ତି ଏକ ଅସରପା ଉପରେ କୀଟନାଶକ ସ୍ପ୍ରେ କରିବା ସମୟରେ ଜଳି ଯାଇଛନ୍ତି।

ମଧ୍ୟ ରାତ୍ରିରେ ୫୪ବର୍ଷିୟ ବୃଦ୍ଧ ଜଣକ ନିଜ ଆପାର୍ଟମେଣ୍ଟରେ ଗୋଟିଏ ଅସରପାକୁ ଦେଖିବାକୁ ପାଇଥିଲେ। ତେବେ ତାହାକୁ ମାରିବା ପାଇଁ ବୃଦ୍ଧ ଅଧିକ ପରିମାଣରେ କୀଟନାଶକ ସ୍ପ୍ରେ କରିଥିଲେ। ଏହି ସମୟରେ ସେ ଘରର ବାଲକୋନି ଝରକା ପାଖରେ ଥିଲେ। ହଠାତ୍‌ ବିସ୍ଫୋରଣ ଘଟି ସେ ଜଳି ଯାଇଛନ୍ତି। ଗୁରୁତର ଆହତ ନ ହେଲେ ମଧ୍ୟ ତାଙ୍କ ଶରୀରର କିଛି ଅଂଶ ଜଳି ଯାଇଛି।

ଜାପାନର ରାଷ୍ଟ୍ରୀୟ ଉପଭୋକ୍ତା କେନ୍ଦ୍ରନୁସାରେ, ଏହିଭଳି ଅନେକ ମାମଲା ସେମାନଙ୍କ ହସ୍ତଗତ ହେଇଛି। କୀଟପତଙ୍ଗଙ୍କୁ ମାରିବା ପାଇଁ ଆମେ ବ୍ୟବହାର କରୁଥିବା କୀଟନାଶକରେ ବହୁଳ ପରିମାଣରେ ପେଷ୍ଟିସାଇଡ ଥାଏ। ଯାହା ବିଦ୍ୟୁତ ଉପକରଣ ସଂସ୍ପର୍ଶରେ ଆସିଲେ ବିସ୍ପୋରଣ ଘଟିଥାଏ। ବହୁ କୀଟପତଙ୍ଗ ଉଡିଯାଇ ବଲବ୍‌ କିମ୍ବା ଇଲେକ୍ଟ୍ରି ଉପକରଣରେ ବସିଲେ ସେମାନଙ୍କ ଉପରେ କୀଟନାଶକ ସ୍ପ୍ରେ କରିଥାଉ। ଯାହଦ୍ୱାରା ବିସ୍ପୋରଣ ଘଟିବାର ଆଶଙ୍କାକୁ ଏଡାଇ ଯାଇ ନ ପାରେ।
ଏକ ରିପୋର୍ଟ ଅନୁଯାୟୀ, କୀଟନାଶକରେ ଅନେକ ପ୍ରକାର ଜ୍ୱଳନଶୀଳ ପଦାର୍ଥ ଯଥା ଆଲକୋହଲ, ପ୍ରୋପେନ ଓ ବ୍ୟୁଟେନ ରହିଥାଏ। ଯାହାଦ୍ୱାରା ବିସ୍ପୋରଣ ଘଟିଥାଏ।

Share