Categories: ଫୁରସତ

ପୋଲିସ ପଛରେ ଗୋଡାଉଥିଲା, ଭୟରେ ଏମିତି କାମ କଲେ ବ୍ୟକ୍ତି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେରିକାର ଟେନେସିରେ ଏକ ରୋଚକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଗାଡ଼ି ନେଇ ଯାଉଥିବାବେଳେ ପୋଲିସ ତାଙ୍କୁ ପିଛା କରିଥିଲା। ଏହା ଦେଖି ବ୍ୟକ୍ତି ଜଣଙ୍କ ନିଜ ପ୍ରାଇଭେଟ୍‌ ପାର୍ଟ କାଟି କାର୍‌ କାଚ ବାଟେ ଫୋପାଡି ଦେଇଥିଲେ। ଏହା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସୂଚନାଯୋଗ୍ୟ, ଟେନେସିର ଡୋଭେଲଟାଉନ ପୋଲିସ ଜଣେ ବ୍ୟକ୍ତି ଜୋର୍‌ରେ ଗାଡି ଚଲାଉଥିବା ଦେଖି ତାଙ୍କର ପିଛା କରିଥିଲା। ୩୯ ବୟସ୍କ ଟାୟସନ୍‌ ଗିଲବର୍ଟଙ୍କ ନାଁରେ ଅଭିଯୋଗ ରହିଛି ସେ ରାସ୍ତାରେ ବିପଦଜ୍ଜନକ ଭାବେ ଗାଡି ପାର୍କିଂ କରୁଥିଲେ। ସେ ନିଜ କାରରେ ଯାଉଥିବାବେଳେ ରେଡିଓ ଶୁଣୁଥିଲେ। ଏହି ସମୟରେ ଦୁନିଆକୁ ବଞ୍ଚାଇବା ପାଇଁ ନିଷ୍ଠୁର କାର୍ଯ୍ୟ କରିବାକୁ ରେଡିଓରୁ ଶୁଣିଥିଲେ। ଏହା ଶୁଣି ସେ ନିଜ ପ୍ରାଇଭେଟ୍‌ ପାର୍ଟ କାଟିବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ ଶେଷରେ ତାଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ସ୍ଥାନୀୟ ଲୋକେ କହିଛନ୍ତି ଯେ, ଗିଲବର୍ଟ ଜଣେ କାର୍‌ ଚୋର। ପୋଳିସକୁ ଦେଖି ସେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ।

Share