ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଶୌଚ କରିବାକୁ ଧମକ ଦେଲେ ଯାତ୍ରୀ

ଲଣ୍ଡନ,୩୧।୧୨: ଲଣ୍ଡନ ଗ୍ୟାଟଓ୍ବିକ୍‌ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ। ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଏୟାରପୋର୍ଟରେ ଥିବା ଯାତ୍ରୀ ଓ ଅଧିକାରୀମାନେ ଆଶ୍ଚର୍ଯ୍ୟନ୍ବିତ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଏହି ବ୍ରିଟିଶ ଯାତ୍ରୀ ଜଣକୁ ଯେତେବେଳେ ଫ୍ଲାଇଟରେ ଯାତ୍ରା କରି ଏୟାରପୋର୍ଟରେ ପହଞ୍ଚିଥିଲେ ସେତେବେଳେ କନଭେଅରରେ ନିଜ ଲଗେଜ ପାଇଁ ଅପେକ୍ଷା କରିଥିଲେ। ହେଲେ ଲଗେଜ ଆସିବାକୁ ବହୁତ ଡେରି ହେବାରୁ ସେ ଅସ୍ୟହ ହୋଇ ପଡିଥିଲେ।
ଏହାପରେ ଯାତ୍ରୀ ଖୁବ୍‌ ରାଗିଯାଇଥିଲେ। କନଭେଅର ଉପରେ ଚଢିଯାଇ ସାର୍ବଜନୀକ ଭାବେ ଶୌଚ କରିଦେବା ପାଇଁ ଅଧିକାରୀଙ୍କୁ ଧମକ ଦେଇଥିଲେ। ପରେ ଯେତେବେଳେ ଲଗେଜ ପାଇଥିଲେ, ଖୁସିରେ ଆତ୍ମହରା ହୋଇ ପଡିଥିଲେ। ଏୟାରପୋର୍ଟରେ ହିଁ ସେ ବଡପାଟି କରି ଚିଲ୍ଲେଇବାକୁ ଲାଗିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କୁଏତ୍‌ ସିଟି,୨୧ା୧୨: ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି...

୪ ଘଣ୍ଟାର ଦୂରତା, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ଲାଗିଗଲା ୪୦ ବର୍ଷ, ଏମିତି କାହିଁକି କହିଲେ ମୋଦି

କୁଏତ ସିଟି,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି। ଶନିବାର (ଡିସେମ୍ବର ୨୧, ୨୦୨୪)ରେ ଏକ କାର୍ଯ୍ୟକ୍ରମ ‘ହାଲା ମୋଦି’କୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri