Categories: ଫୁରସତ

ହଠାତ୍‌ ୧୧ ବାଘଙ୍କ ସାମ୍ନାକୁ ଡେଇଁ ପଡ଼ିଲେ ଜଣେ ପର୍ଯ୍ୟଟକ, ଆଉ ତା’ ପରେ…

ଚାଇନାର ରାଜଧାନୀ ବେଜିଂର ଏକ ଚିଡ଼ିଆଖାନାରେ ଜଣେ ବ୍ୟକ୍ତି ଏମିତି କିଛି କାରନାମା କରିଥିଲେ ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିଡ଼ିଆଖାନା ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ଅଚାନକ ବାଘଙ୍କ ସାମ୍ନାକୁ ଚାଲି ଯାଇଥିଲେ। ଗୋଟିଏ କି ଦୁଇଟି ବାଘ ନୁହେଁ ଏକାବେଳକେ ୧୧ ବାଘଙ୍କ ସାମ୍ନାକୁ ଚାଲିଯାଇଥିଲେ। ଏହା ଦେଖି ଚିଡ଼ିଆଖାନାର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ।

କ’ଣ କରିବେ ସେମାନଙ୍କ ମୁଣ୍ଡରେ କିଛି ପଶି ନ ଥିଲା। ହଠାତ୍‌ କର୍ମଚାରୀମାନେ ଏକ ଉପାୟ ପାଞ୍ଚିଥିଲେ। ସଙ୍ଗେ ସଙ୍ଗେ ସେହି ବାଘମାନଙ୍କର ନଜର ହଟାଇବା ପାଇଁ ସେମାନଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କରାଇଥିଲେ। ଏହା ପରେ ବାଘମାନେ ସେଠାରୁ ଚାଲିଯାଇଥିଲେ। ଫଳରେ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇଯାଇଥିଲା।

Share