Posted inଜାତୀୟ

ମନ କି ବାତ: ବାଇଡେନଙ୍କ ସହ ଘନିଷ୍ଠ ସମ୍ପର୍କ, ଫେରିଲା ୩୦୦ କଳାକୃତି, ଓଡ଼ିଶାର ସାନ୍ତାଳି ଭାଷାକୁ ନେଇ ମୋଦି କହିଲେ ବଡ କଥା

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୧୪ ତମ ଏପିସୋଡରେ କହିଛନ୍ତି – ଆମର ଏହି ଯାତ୍ରାକୁ ୧୦ ବର୍ଷ ବିତିଗଲାଣି। ଏହି କାର୍ଯ୍ୟକ୍ରମ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା। ଏବେ ନବରାତ୍ରୀର ପ୍ରଥମ ଦିନ ୧୦ ବର୍ଷ ପୂରଣ ହେଲା। ମନ କି ବାତରେ ଅନେକ ମାଇଲଖୁଣ୍ଟ ଅଛି, ଯାହା ମୁଁ ଭୁଲି ପାରିବି ନାହିଁ । ଏହି କାର୍ଯ୍ୟକ୍ରମ ମୋ ପାଇଁ ଏକ ମନ୍ଦିରରେ ପୂଜା କରିବା ପରି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଆମେରିକା ଗସ୍ତ ସମ୍ପର୍କରେ ତାଙ୍କୁ ଅନେକ ବାର୍ତ୍ତା ମିଳିଛି। ଆମର ପ୍ରାଚୀନ କଳାକୃତି ବିଷୟରେ ଅନେକ ଆଲୋଚନା ହେଉଛି। ଆମେରିକାର ରାଷ୍ଟ୍ରପତି ତାଙ୍କର ସ୍ନେହ ପ୍ରଦର୍ଶନ କରିଛନ୍ତି। ସେ ପ୍ରାୟ ୩୦୦କଳାକୃତି ଭାରତକୁ ଫେରାଇ ଦେଇଥିଲେ। ଏଥିମଧ୍ୟରୁ କେତେକ ୪ ହଜାର ବର୍ଷ ପୁରୁଣା।
ଏଥର ମନ କି ବାତ କାର୍ଯ୍ୟକ୍ରମ ୧୦ ବର୍ଷ ପୂରଣ କରି ଥିବାରୁ ମୋଦି ଏହା କହି ଭାବବିହ୍ବଳ ହୋଇ ପଡିଥିଲେ। ଏହା ସହ ଏହି କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇ ଥିବାରୁ ସେ ଗଣ ମାଧ୍ୟମକୁ ଧନ୍ୟବାଦ ଦେଇଥିଲେ। ଆହୁରି ମଧ୍ୟ ଜଳ ସଂସକ୍ଷଣ, ସ୍ବଚ୍ଛତା ଅଭିଯାନ, ଆମେରିକା ଯାତ୍ରା, ଓଡ଼ିଶାର ସାନ୍ତାଳି ଭାଷା, ମେକ ଇନ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି ଏବଂ ଗୋଟିଏ ଗଛ ମା’ଙ୍କ ନାମରେ ଆଦି ଉପରେ ଆଲୋଚନା କରିଛନ୍ତି।
ସେ କହିଛନ୍ତି, ଆମେ ସମସ୍ତେ ଆମର ଐତିହ୍ୟ ପାଇଁ ଗର୍ବିତ। ମୋର ଆମେରିକା ଗସ୍ତ ସମୟରେ ଆମେରିକା ସରକାର ପ୍ରାୟ ୩୦୦ କଳାକୃତି ଭାରତକୁ ଫେରାଇ ଦେଇଥିଲେ। ଏଥିମଧ୍ୟରେ ଫୁଲଦାନୀ, ଦେବତା ଏବଂ ଦେବୀଙ୍କ ମୂର୍ତ୍ତି, ବୁଦ୍ଧ ଏବଂ ଶ୍ରୀକୃଷ୍ଣ ମୂର୍ତ୍ତି ଅନ୍ତର୍ଭୁକ୍ତ। ପ୍ରାଣୀ, ପୁରୁଷ ଏବଂ ମହିଳାଙ୍କ ଟେରାକୋଟା ମୂର୍ତ୍ତି ମଧ୍ୟ ଅଛି। ଫେରସ୍ତ ହୋଇଥିବା ବସ୍ତୁଗୁଡ଼ିକ ମଧ୍ୟରେ ଭଗବାନ ବିଷ୍ଣୁଙ୍କ କଳାକୃତି ମଧ୍ୟ ଅଛି।
ଏହି କଳାକୃତି ମଧ୍ୟରୁ ଅନେକ ଚୋରା ଚାଲାଣ ତଥା ଅନ୍ୟାନ୍ୟ ଉପାୟରେ ଦେଶ ବାହାରକୁ ନିଆଯାଇଥିଲା। ଏହା ଉତ୍ତରାଧିକାରୀକୁ ନଷ୍ଟ କରିବା ପରି। ଗତ କିଛି ବର୍ଷ ମଧ୍ୟରେ ସେକୁଡିକ ଘରକୁ ଫେରିଛନ୍ତି। ମୁଁ ବିଶ୍ୱାସ କରେ ଯେତେବେଳେ ଆମେ ଆମର ଐତିହ୍ୟ ପାଇଁ ଗର୍ବିତ, ବିଶ୍ୱ ମଧ୍ୟ ଏହାକୁ ସମ୍ମାନ କରେ। ସେଥିପାଇଁ ଆଜି ବିଶ୍ୱର ଅନେକ ଦେଶ ଆମର କଳାକୃତି ଫେରସ୍ତ କରୁଛନ୍ତି।
ମୋଦି ଆହୁରି ମଧ୍ୟ କହିଛନ୍ତି, ଡିଜିଟାଲ ଇନୋଭେଶନ ମାଧ୍ୟମରେ ସାନ୍ତାଳି ଭାଷାକୁ ଏକ ନୂତନ ପରିଚୟ ଦେବାକୁ ଚେଷ୍ଟା କରାଯାଇଛି। ଭାରତ ବ୍ୟତୀତ ନେପାଳ, ଭୁଟାନ ଏବଂ ବାଂଲାଦେଶରେ ଏହି ଭାଷା କହୁଥିବା ଲୋକେ ଅଛନ୍ତି। ଓଡ଼ିଶା ମୟୂରଭଞ୍ଜର ରାମଜୀ ଏମିତି ଏକ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି ଯେଉଁଠାରେ ସାନ୍ତାଳିି ଭାଷାରେ ସାହିତ୍ୟ ପଢିହେବ। ଯେତେବେଳେ ସେ ମୋବାଇଲ ବ୍ୟବହାର କରିବା ଆରମ୍ଭ କଲେ, ସେତେବେଳେ ସେ ଦୁଃଖିତ ହେଲେ ଯେ ସାନ୍ତାଳି ଭାଷାକୁ ନେଇ ଏଥିରେ କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ପୁଣି ପାରୋଲରେ ଆସିବାକୁ ଚାହୁଁଛନ୍ତି ରାମ ରହିମ

ରୋହତକ,୨୯।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ପୁଣି ଥରେ ପାରୋଲ ଦାବି କରିଛନ୍ତି। ରହିମ ତାଙ୍କର ଦୁଇ ମହିଳା ଶିଷ୍ୟାଙ୍କୁ ବଳାତ୍କାର...

କୋଟି କୋଟି ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର: ମୋଦି

ନୂଆଦିଲ୍ଲୀ,୨୯।୯: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ୧୧୪ତମ ଏପିସୋଡରେ ପ୍ରଧାନମନ୍ତ୍ରୀ...

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଅଦଳବଦଳ, ଉଦୟନିଧିଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ

ଚେନ୍ନାଇ,୨୯।୯: ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ...

ବଡ଼ ଘୋଷଣା: ମିଳିବ ମାଗଣା…

ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ...

ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri