Categories: ଜାତୀୟ

ମୋବାଇଲ ଭାଙ୍ଗିବାରୁ ଯୁବକଙ୍କୁ ହତ୍ୟା

ନାଗପୁର,୨୫।୩: ମହାରାଷ୍ଟ୍ରର ନାଗପୁର ସହରରେ ମୋବାଇଲ ଫୋନ ଭାଙ୍ଗିବାକୁ ନେଇ ଜଣେ ନାବାଳକ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କୁ ସାଲିରାମ ଆଲିଆସ ରିଙ୍କୁ କୁମାର (୩୧) ବୋଲି ଚିହ୍ନଟ କରାଯାଇଛି। ବୁଧବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ପରେ ନାବାଳକଙ୍କୁ ଅଟକ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତ ଏବଂ ଅଭିଯୁକ୍ତ ପ୍ରକୃତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଜିଲାର ବାସିନ୍ଦା। ମୃତକ ତାଙ୍କ ଗାଁରେ ରହୁଥିବା ସମ୍ପର୍କୀୟଙ୍କ ସହ କଥା ହେବା ପାଇଁ ନାବାଳକଙ୍କଠାରୁ ଫୋନ ନେଇଥିଲେ। କିନ୍ତୁ କଥା ହେବା ପରେ ଫୋନ ଫେରାଇବାକୁ ମନା କରି ଦେଇଥିଲେ। ତା’ ପରେ ସେ ଫୋନକୁ ରାସ୍ତାରେ ପିଟି ଭାଙ୍ଗି ଦେଇଥିଲେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ନାବାଳକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରି ରିଙ୍କୁଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share