ବଡବିଲ,୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ୧୦ନଂ ରାଜ୍ୟ ରାଜପଥରେ ନୋ-ଏଣ୍ଟ୍ରି ଖୋଲୁଖୋଲୁ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରାତି ପ୍ରାୟ ୮ ଟା ସମୟରେ ଭାରୀ ଯାନ ପାଇଁ ଲାଗୁ ହୋଇଥିବା ନୋ ଏଣ୍ଟ୍ରିକୁ ବ୍ୟକ୍ତି ଜଣଙ୍କ ଖୋଲୁଥିଲେ। ଏହି ସମୟରେ ବ୍ୟକ୍ତିଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯାଇଥିଲାବେଳେ ପ୍ରାୟ ୧୦୦ମିଟର ଦୂରକୁ ଘୋଷାରି ନେଇଥିଲା। ମୃତକ ଜଣଙ୍କ ଟାଟାନଗର ମାନଗୋ ଅଞ୍ଚଳର ବୋଲି କୁହାଯାଉଛି। ତେବେ ଖବର ଲେଖାହେବା ଯାଏ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ ହେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ପତ୍ତା ମିଳିନାହିଁ।