Categories: ଜାତୀୟ

ଲୁଧିଆନା କୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ବମ୍ବର

ଚଣ୍ଡିଗଡ଼, ୨୫।୧୨: ପଞ୍ଜାବର ଲୁଧିଆନା କୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହିଁ କୋର୍ଟରେ ବୋମା ରଖିଥିଲେ। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୃତକ ଜଣେ ପୂର୍ବତନ ପୋଲିସ କର୍ମୀ। ଗୁରୁବାର ଘଟିଥିବା ବିସ୍ଫୋରଣର ତଦନ୍ତ ପରେ ଏସବୁ ଜଣାପଡ଼ିଛି।

କୋର୍ଟରେ ବୋମା ଲଗାଇଥିବା ବ୍ୟକ୍ତି ହେଲେ ଗଗନଦୀପ ସିଂ। ସେ ପୂର୍ବରୁ ହେଡ୍‌ କନେଷ୍ଟବଳ ଥିଲେ। ତାଙ୍କୁ ୨୦୧୯ରେ ଚାକିରିରୁ ବହିଷ୍କାର କରାଯାଇଥିଲା। ଡ୍ରାଗ୍‌ ଟ୍ରାଫିକିଂ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ସେ ସେପ୍ଟେମ୍ବରରେ ଜେଲରୁ ବାହାରିଥିଲେ। ମୃତଦେହ ପାଖରୁ ମିଳିଥିବା ସିମ ଏବଂ ଓୟାରଲେସ ଡଙ୍ଗଲ ସାହାଯ୍ୟରେ ତାଙ୍କ ପରିଚୟ ମିଳିଛି। ତାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share