Categories: ଜାତୀୟ

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା

କର୍ନାଟକ,୨୪।୧୦: ଅନ୍ୟ ଧର୍ମରେ ବିଶ୍ୱାସ କରୁଥିବା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ୩୪ ବର୍ଷୀୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ କର୍ନାଟକର ସିନଦ୍‌ଗି ତାଲୁକରୁ ସାମ୍ନାକୁ ଆସିଛି ଏହି ଘଟଣା।

“ମୋ ବୟପ୍ରେଣ୍ଡଙ୍କ ଜୀବନ ପ୍ରତି ବିପଦ ଅଛି। ତାଙ୍କୁ ହତ୍ୟା କରାଯାଇପାରେ। ମୋ ପରିବାର ଲୋକେ ତାଙ୍କର କ୍ଷତି କରିବେ। ଦୟାକାରି ତାଙ୍କୁ ବଞ୍ଚେଇ ଦିଅ” ବୋଲି ଯୁବତୀ ଜଣଙ୍କ ଶୁକ୍ରବାର ସକାଳେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ କରି କହିଥିଲେ। ଏହାପରେ ତୁରନ୍ତ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଥାନାକୁ ଅଣାଯାଇଥିଲା। କିନ୍ତୁ ତାଙ୍କ ବୟଫ୍ରେଣ୍ଡଙ୍କୁ ବଞ୍ଚା ଯାଇପାରି ନାହିଁ। ଗାଁ ପାଖ ପୋଖରିରେ ତାଙ୍କ ମୃତଦେହ ମିଳିଛି। ମୃତକ ଗୁରୁବାରଠାରୁ ନିଖୋଜ ଥିଲେ। ଏ ସମ୍ପର୍କରେ ଶୁକ୍ରବାର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।

ମହିଳାଙ୍କ ବାପା ଓ ବଡ଼ ଭାଇ ଫେରାର ଥିବାରୁ ତାଙ୍କ ମାମୁ ଓ ସାନ ଭାଇଙ୍କୁ ପଚରାଉଚରା କରିଥିଲୁ। ସେମାନଙ୍କ ଠାରୁ ସୂଚନା ପାଇବା ପରେ ଗାଁ ପାଖ ପୋଖରିରୁ ରବିଙ୍କ ମୃତଦେହ ମିଳିଥିଲା। ରବି ୪ ବର୍ଷ ହେଲା ୨୪ ବର୍ଷୀୟା ଯୁବତୀଙ୍କ ସହ ରିଲେଶନଶିପ୍‌ରେ ଥିଲେ। ଯୁବତୀଙ୍କ ଠାରୁ ଦୂରେଇ ରହିବା ପାଇଁ ପରିବାର ଲୋକ ଅନେକ ଥର ତାଙ୍କୁ ଧମକ ଦେଇଥିଲେ ବୋଲି ବିଜୟପୁରା ଏସ୍‌ପି ଏଚ୍‌ ଡି ଆନନ୍ଦ କହିଛନ୍ତି। ମୃତକ ଗୁରୁବାର ସଉଦା କିଣିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ପାଖ ପଡ଼ିଆରେ ତାଙ୍କ ଚପଲ ଓ ପୋଷାକ ମିଳିଥିଲା। ଏହାପରେ ମଧ୍ୟ ରବି ନ ମିଳିବାରୁ ତାଙ୍କ ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା।

 

Share