Categories: ଜାତୀୟ

ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରରେ ୩ ଜଣଙ୍କୁ ହତ୍ୟା

ଚେନ୍ନାଇ,୧୮।୨: ଅନୁସୂଚିତ ଜନଜାତିର ଯୁବକଙ୍କୁ ଝିଅ ବିବାହ କରିବାରୁ ୨ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଏଭଳି ଘଟଣା ଘଟିଛି ତାମିଲନାଡୁର ନାଗାପାଟିନମ ଜିଲାରେ। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ପୋଲିସ ଅଧିକାରୀ କହିଛନ୍ତି।

ନାଗାପାଟିନମ ଜିଲାର ପୋଲିସ ସୁପରିଟେନଡେଣ୍ଟ ଜି ଜାଓ୍ବାହର କହିଛନ୍ତି, ଚା’ ଦୋକାନ କରି ଚଳୁଥିବା ଲକ୍ଷ୍ମଣଙ୍କ ବଡ଼ ଝିଅ ଅନୁସୂଚିତ ଜନଜାତିର ଯୁବକଙ୍କୁ ବିବାହ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ୨ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ବିବାହ କରିଥିବା ଝିଅ ସ୍ବାମୀଙ୍କ ସହ ସୁରକ୍ଷିତ ଅଛନ୍ତି। ଆମେ ଏହି ଘଟଣାର ତଦନ୍ତ କରୁଛୁ।

Share